www.samajalive.in
Monday, December 8, 2025
24.1 C
Bhubaneswar

ମିଳିଲା ଅନୁମତି, ୩ କମ୍ପାନୀର ସଂପତ୍ତି ବାଜ୍ୟାପ୍ତି ନେଇ ଦାୟର ହେବ ମାମଲା

କଟକ : ପୁଣି ୩ଟି ଚିଟଫଣ୍ଡ କମ୍ପାନୀର ସଂପତ୍ତି ବାଜ୍ୟାପ୍ତି ହେବ। ଏ ନେଇ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଉକ୍ତ କମ୍ପାନୀର ସଂପତ୍ତି ବାଜ୍ୟାପ୍ତି ନେଇ ମାମଲା ଦାୟର କରିବା ପାଇଁ ସ୍ୱତନ୍ତ୍ର ପ୍ରାଧିକୃତ ଅଧିକାରୀଙ୍କୁ ଗତ ୨୭ତାରିଖରେ ମଧ୍ୟବର୍ତ୍ତୀକାଳୀନ ନିର୍ଦେଶ ଦେଇଛନ୍ତି। ତେବେ ଖୁବ୍‍ଶୀଘ୍ର ଏ ନେଇ ସ୍ୱତନ୍ତ୍ର ଡେଜିଗନେଟଡ କୋର୍ଟରେ ମାମଲା ଦାୟର ହେବ ବୋଲି ସ୍ୱତନ୍ତ୍ର ପିପି ସୁବ୍ରତ ମହାନ୍ତି ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଅରୁନ୍ଧତୀ ଇନଫ୍ରା ପ୍ରାଇଭେଟ ଲିମିଟେଡ, ଓକ୍‍ ଇଣ୍ଡିଆ ଓ ଶ୍ରୀଭୂମି ଚିଟଫଣ୍ଡ ସଂସ୍ଥାର ଜବତ ହୋଇଥିବା ସ୍ଥାବର ଓ ଅସ୍ଥାବର ସଂପତ୍ତି ତାଲିକା ପ୍ରସ୍ତୁତ ହୋଇସାରିଥିବା ଜଣାଯାଇଛି। ତେବେ ଅରୁନ୍ଧତୀ ଇନଫ୍ରା ପ୍ରାଇଭେଟ ଲିମିଟେଡ ସଂସ୍ଥାର ଜଟଣୀ, ଭୁବନେଶ୍ୱର, ଖୋର୍ଦ୍ଧା ତହସିଲ ଅଧୀନରେ ଥିବା ବିଭିନ୍ନ ମୌଜାରେ ୬୯.୬ ଏକର ସଂପତ୍ତି ରହିଛି। ଏହାର ଆନୁମାନିକ ମୂଲ୍ୟ ୪.୮୪କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ସେହିପରି ଏହି ସଂସ୍ଥାର ବିଭିନ୍ନ ବ୍ୟାଙ୍କରେ ଜମା ଥିବା ୭୮ହଜାର ଟଙ୍କା ଜବତ ହୋଇଥିବାବେଳେ ଆଉ ଏକ ମୂଲ୍ୟବାନ ଗାଡ଼ି ଜବତ କରାଯାଇଥିଲା।
ସେହିପରି ଓକ ସଂସ୍ଥାର ୩୩.୯୭ ଲକ୍ଷ ଟଙ୍କା ଜବତ କରାଯାଇଥିବାବେଳେ ଶ୍ରୀଭୂମି ସଂସ୍ଥାର ଦ୍ୱିତୀୟ ପର୍ଯ୍ୟାୟରେ ୨୪ଏକର ଜମି ଜବତ କରାଯାଇଥିଲା। ଏହାର ଆନୁମାନିକ ମୂଲ୍ୟ ୩୭ଲକ୍ଷ ୫୧ହଜାର ୯୯୭ଟଙ୍କା ଆକଳନ କରାଯାଇଛି। ଏହି ଜମି ଖୋର୍ଦ୍ଧା ଜିଲାର ବେଗୁନିଆ, ଭୁବନେଶ୍ୱର ତହସିଲ ଅଧିନରେ ରହିଛି। ତେବେ ବେଗୁନିଆ, ଜାମୁଝରି, ବାଘମାରୀ, ପୋଡାଢିଆ, ବାରସାହି, ଛତାବର, ତାଳଗଡ଼ା, ପାଇକରା ସାହି ଆଦି ମୌଜାରେ ଜମି ରହିଛି।
ଏଠାରେ ସୂଚନାଯୋଗ୍ୟ ଯେ ଶ୍ରୀଭୂମି ସଂସ୍ଥାର ପ୍ରଥମ ପର୍ଯ୍ୟାୟରେ ଜବତ ହୋଇଥିବା ସଂପତ୍ତି ବାଜ୍ୟାପ୍ତି ପାଇଁ ସ୍ୱତନ୍ତ୍ର କୋର୍ଟ ଗତ ବର୍ଷ ମାର୍ଚ୍ଚ ମାସ ୮ତାରିଖରେ ନିର୍ଦେଶ ଦେଇଥିଲେ। ଏହି ଚିଟଫଣ୍ଡ କମ୍ପାନୀର ଖୋର୍ଦ୍ଧା, ବେଗୁନିଆ ଓ ଜଟଣୀ ତହସିଲ ଅଧୀନରେ ଥିବା ୪୬.୬୪ଏକର ଜମି ଓ ବ୍ୟାଙ୍କରେ ଥିବା ୩ ଲକ୍ଷ୬୪ହଜାର ୭୦୬ ଟଙ୍କା ବାଜ୍ୟାପ୍ତି କରିବା ପାଇଁ ଆଦେଶ ପ୍ରଦାନ କରିଥିଲେ। ସଂପତି ବାଜ୍ୟାପ୍ତି ପରେ କ୍ଷତିଗ୍ରସ୍ତ ଜମାକାରୀଙ୍କ ମଧ୍ୟରେ ବାଣ୍ଟି ଦେବା ପାଇଁ କୋର୍ଟ ଆଦେଶନାମାରେ ସ୍ପଷ୍ଟ କରିଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories