www.samajalive.in
Friday, December 5, 2025
20.1 C
Bhubaneswar

ଚିନ୍ତାକଳ୍ପ : ମୃତ୍ୟୁ ନୁହେଁ; ଜୀବନ

କ୍ଷମତା, ପଦ-ପଦବୀ, ସମ୍ପଦର ଲାଳସା ଯୁଗେଯୁଗେ ମଣିଷର ବୁଦ୍ଧି-ବିବେକ ଭ୍ରଷ୍ଟ କରିଥାଏ। ଅତି ନିମ୍ନସ୍ତରକୁ ଯାଇ ସ୍ବୀୟ ଅଭିଳାଷ ପୂରଣ ନିମିତ୍ତ ଜଘନ୍ୟ କାର୍ଯ୍ୟ କରିବାକୁ ପଶ୍ଚାତ୍‌ପଦ ହୋଇ ନଥାଏ। ଇତିହାସରୁ ଏହାର ଭୂରିଭୂରି ଦୃଷ୍ଟାନ୍ତ ମିଳିଥାଏ। ରାଜସିଂହାସନ ଲୋଭ​‌େ​‌ର ପିତା ବିମ୍ବିସାରଙ୍କୁ ଅଜାତଶତ୍ରୁ ନିର୍ମମ ଭାବରେ ହତ୍ୟାକରି ରାଜଗାଦିରେ ବସିଥିଲେ। ସିଂହାସନାରୂଢ଼ ହେଲାପରେ ଅହରହ ମନକୁ ଆସିଲା-ପିତାଙ୍କୁ ହତ୍ୟା ଜନିତ ଘୋର ପାପ ନିଶ୍ଚୟ ମୋତେ ଲାଗିବ। ସଦାସର୍ବଦା ସେଇ ଗୋଟିଏ ଚିନ୍ତା ମନକୁ ଆଚ୍ଛନ୍ନ କରିଥିଲା। ଜ୍ୟୋତିଷମାନଙ୍କ ପରାମର୍ଶ ନେଇଥିଲେ ପ୍ରାୟଶ୍ଚିତ୍ତ ନିମନ୍ତେ। ସେମାନଙ୍କ ପରାମର୍ଶରେ ପ୍ରତିକାର ସ୍ବରୂପ ଯଜ୍ଞର ଆୟୋଜନ କରାଯାଇଥିଲା। ଯଜ୍ଞରେ ଏକାଧିକ ପଶୁଙ୍କୁ ବଳିଦେବା ପାଇଁ ଅଣାଯାଇଥିଲା ପଣ୍ଡିତମାନଙ୍କ ପରାମର୍ଶ ଅନୁସାରେ। ନିରୀହ ପଶୁମାନଙ୍କୁ ଯଜ୍ଞ ଉଦ୍ଦେଶ୍ୟରେ ବଳି ଦିଆଯାଉଥିବା ଖବର ତଥାଗତଙ୍କ ନିକଟରେ ପହଞ୍ଚିଥିଲା।

କାଳବିଳମ୍ବ ନକରି ଅଜାତଶତ୍ରୁଙ୍କ ନିକଟରେ ପହଞ୍ଚିଥିଲେ ତଥାଗତ। ଯଜ୍ଞସ୍ଥଳରେ ଥିବା ଅଜାତଶତ୍ରୁ ହଠାତ ତଥାଗତଙ୍କ ବିନା ଆମନ୍ତ୍ରଣରେ ଯଜ୍ଞସ୍ଥଳକୁ ଆଗମନର କାରଣ ସମ୍ପର୍କରେ ଜାଣିପାରି ନଥିଲେ। ତଥାଗତ, ଅଜାତଶତ୍ରୁଙ୍କ ହାତକୁ ବଢ଼ାଇ ଦେଇଥିଲେ ହାତରେ ଧରିଥିବା କିଛି ଦୂବ। ଏହାକୁ ଛିଣ୍ଡାଇବାକୁ କହିବାରୁ ସଙ୍ଗେସଙ୍ଗେ ଛିଡ଼ାଇ ଦେଇଥିଲେ ତଥାଗତ। ଦୁଇଖଣ୍ଡ କରିଦେବା ପରେ ତଥାଗତ କହିଥିଲେ- ‘ରାଜନ୍‌! ଏବେ ଦୁଇଖଣ୍ଡକୁ ଯୋଡ଼ି ଦିଅ ତ।’ ‘ଭଲା ଏହା କିଭଳି ସମ୍ଭବ ଭଗବାନ’- କହିଥିଲେ ଅଜାତଶତ୍ରୁ ବିସ୍ମିତ ହୋଇ । ଅଜାତଶତ୍ରୁଙ୍କଠାରୁ ଏହି ଉତ୍ତର ଆଶା କରୁଥିଲେ ତଥାଗତ। ଏବେ ତାଙ୍କୁ ବୁଝାଇବାକୁ ଯାଇ କହିଥିଲେ- ‘ପାପର ପ୍ରାୟଶ୍ଚିତ୍ତ ପାପ ମାଧ୍ୟମରେ କେବେ ବି ହୋଇ ନଥାଏ। ଯଦି ସତରେ ପ୍ରାୟଶ୍ଚିତ୍ତ କରିବାକୁ ଚାହୁଁଛନ୍ତି ତେବେ ଲୋକସେବା ମାଧ୍ୟମରେ ଏହା କରିପାରନ୍ତି। ନିରୀହ ପଶୁମାନଙ୍କୁ ବଧ କରି ତୁମେ ଆହୁରି ଅଧିକ ପାପ ଅର୍ଜନ କରିବ ସିନା, ପୁଣ୍ୟ ଅର୍ଜନ କରିପାରିବନି।

- Advertisement -

ଯେମିତି ଦୁଇଖଣ୍ଡ ହୋଇଥିବା ଦୂବ ଯୋଡ଼ିବାକୁ ତୁମେ ଅସାମର୍ଥ୍ୟ ପ୍ରକାଶ କଲ, (କାରଣ ଏହା ଅସମ୍ଭବ) ଠିକ୍‌ ସେହିପରି ଯଦି ଗୋଟିଏ ପଶୁକୁ ଜୀବନଦାନ କରିପାରିବନି। ଯେହେତୁ ଏହା ତୁମ ସାମର୍ଥ୍ୟର ବହିର୍ଭୂତ। ସେ କ୍ଷେତ୍ରରେ ସେମାନଙ୍କର ଜୀବନ ନେବ କାହିଁକି? ଜୀବଙ୍କୁ ଶିବ ଜ୍ଞାନରେ ସେବା କରି ପୁଣ୍ୟ ପରମାର୍ଥ ଅର୍ଜନ କର।’ ବୁଦ୍ଧଙ୍କର ଏହି ହିତୋପଦେଶ କ୍ରୂର ଅଜାତଶତ୍ରୁଙ୍କ ଜୀବନର ଦିଶା ବଦଳାଇ ଦେଇଥିଲା। ଜୀବହତ୍ୟା ବନ୍ଦ କରି ପଶୁମାନଙ୍କ ପ୍ରତି କରୁଣା ପ୍ରଦର୍ଶନର ମାର୍ଗ ଆଦରି ନେଇଥିଲେ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories