www.samajalive.in
Friday, December 5, 2025
23.1 C
Bhubaneswar

ଚିନ୍ତାକଳ୍ପ: ମହାର୍ଘ ଗୁରୁଦକ୍ଷିଣା

କୃଷ୍ଣ ବଳରାମ ଦୁହେଁ ସନ୍ଦୀପନିଙ୍କ ବାରାଣସୀ ନିକଟବର୍ତ୍ତୀ ଅବନ୍ତୀନଗରରେ ଥିବା ଆଶ୍ରମରେ ରହି ଧନୁର୍ବିଦ୍ୟା ସହ ଅନ୍ୟାନ୍ୟ ବିଦ୍ୟା ଶିକ୍ଷା କରୁଥିଲେ। ଶିକ୍ଷା ସମାପ୍ତ ପରେ ଉଭୟେ ଗୁରୁ ଦକ୍ଷିଣା ଦେବାର ଇଚ୍ଛା ପ୍ରକାଶ କରିଥିଲେ। ସନ୍ଦୀପନି ପତ୍ନୀଙ୍କ ସହ କଥାହେବା ପରେ କହିଥିଲେ- ‘ବତ୍ସ! କିଛିବର୍ଷ ପୂର୍ବେ ମୋର ଏକମାତ୍ର ପୁତ୍ର ପୁନର୍ଦତ୍ତ ପ୍ରଭାସ ତୀର୍ଥକୁ ସ୍ନାନ ଉଦ୍ଦେଶ୍ୟରେ ଯାଇଥିଲା। ଏ ପର୍ଯ୍ୟନ୍ତ ସେ ଫେରିନାହିଁ। ଯଦି ଗୁରୁଦକ୍ଷିଣା ଦେବାକୁ ଚାହୁଁଛ ତେବେ ମୋର ପୁଅକୁ ଫେରାଇ ଆଣ।’ କୃଷ୍ଣ-ବଳରାମ ଗୁରୁ ଆଜ୍ଞା ଶିରୋଧାର୍ଯ୍ୟ କରି ତାଙ୍କ ଆଶୀର୍ବାଦ ନେଇ ପ୍ରଭାସ ତୀର୍ଥ ଅଭିମୁଖେ ଯାତ୍ରା କରିଥିଲେ। ବରୁଣ ଦେବତାଙ୍କୁ ଭେଟି ପଚାରିଥିଲେ ପୁନର୍ଦତ୍ତଙ୍କ ସମ୍ପର୍କରେ।

ବରୁଣଦେବ ସତ୍ୟ ପ୍ରକାଶ କରି କହିଥିଲେ- ‘ମୁଁ ତାଙ୍କର କିଛିହେଲେ କ୍ଷତି କରିନାହିଁ। ମୋର ଜଳରେ ‘ପଞ୍ଚଜନ’ ନାମକ ଏକ ଭୟଙ୍କର ଦୈତ୍ୟ ବାସ କରୁଛି। ଇଚ୍ଛା ଅନୁସାରେ ସେ ଆପଣା ଶରୀରକୁ ଛୋଟବଡ଼ କରିପାରେ। ଏବେ ସେ ସମୁଦ୍ର ଜଳର ନିମ୍ନଦେଶରେ ଏକ ଶଙ୍ଖ ଭିତରେ ଆତ୍ମଗୋପନ କରିଛି। ସେ ହିଁ ତୁମ ଗୁରୁପୁତ୍ରଙ୍କୁ ଭକ୍ଷଣ କରିଛି।’ କୃଷ୍ଣ ବଳରାମ ଶଙ୍ଖ ନିକଟରେ ପହଞ୍ଚିଥିଲେ। ଶଙ୍ଖ ଭିତରେ ପଞ୍ଚଜନ ଆରାମରେ ଥିଲା। ଶ୍ରୀକୃଷ୍ଣ ତା’ର ନାମଧରି ଡାକିଥିଲେ। ଜବାବ ନ ମିଳିବାରୁ ଶକ୍ତି ପ୍ରୟୋଗ କରିଥିଲେ। ଶଙ୍ଖଟି ଦୋହଲିବାକୁ ଲାଗିଲା। ରାକ୍ଷସ ନିଶ୍ଚିତ ହୋଇଗଲା ଯେ କିଛି ଅଘଟଣ ଘଟିବାକୁ ଯାଉଛି।

- Advertisement -

ଶଙ୍ଖ ବାହାରକୁ ଆସିବାରୁ କୃଷ୍ଣ ପୁନର୍ଦତ୍ତଙ୍କ ସମ୍ପର୍କରେ ପଚାରିଥିଲେ। ରାକ୍ଷସ ଗୁରୁପୁତ୍ରଙ୍କୁ ଖାଇଦେଇଥିବା କହିଥିଲା। କ୍ରୋଧରେ କୃଷ୍ଣ ବଳରାମ ରାକ୍ଷସ ସହ ଘୋର ଯୁଦ୍ଧ କରି ତାକୁ ମାରି ଦେଇଥିଲେ। ଗୁରୁପୁତ୍ରଙ୍କ ଅସ୍ଥି ସଂଗ୍ରହ କରିଥିଲେ ସେଇଠାରୁ। ପଞ୍ଚଜନ ରହୁଥିବା ଶଙ୍ଖଟି ଅତି ସୁନ୍ଦର ଥିଲା। ଶ୍ରୀକୃଷ୍ଣ ସେହି ସୁନ୍ଦର ଶଙ୍ଖକୁ ଦେଖି ଏହାକୁ ସର୍ବଦା ପାଖରେ ରଖିବା ଇଚ୍ଛା କରି ବଳରାମଙ୍କୁ କହିଥିଲେ- ଏବେଠାରୁ ଏହି ଶଙ୍ଖର ନାମ ‘ପଞ୍ଚଜନ୍ୟ’ ହେବ। ଗୁରୁପୁତ୍ରଙ୍କ ଅସ୍ଥି ସହ ଯମରାଜଙ୍କ ନିକଟକୁ ଯାଇଥିଲେ। ଗୁରୁଙ୍କ ନିକଟରେ ଦୁ​‌େ​‌ହଁ ତାଙ୍କ ପୁତ୍ରକୁ ଫେରାଇ ନେବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଜାଣିବାପରେ ଯମରାଜ ଅସ୍ଥିକୁ ଜୀବନ୍ୟାସ ଦେଇ ପୂର୍ବ ଶରୀର ଫେରାଇ ଦେଇଥିଲେ। ତିନିହେଁ ଅବନ୍ତୀପୁରସ୍ଥ ଗୁରୁଙ୍କ ଆଶ୍ରମକୁ ଫେରି ଆସିଥିଲେ। ଦୀର୍ଘବର୍ଷ ବ୍ୟବଧାନରେ ଗୁରୁ ସନ୍ଦୀପନି ଓ ଗୁରୁପତ୍ନୀ ପୁଅକୁ ଫେରି ପାଇଥିବାରୁ ଆନନ୍ଦରେ ଆତ୍ମହରା ହୋଇଯାଇଥିଲେ। ଗୁରୁଭକ୍ତିର ଅନନ୍ୟ ପରାକାଷ୍ଠା ଦେଖାଇ କୃଷ୍ଣ-ବଳରାମ ଗୁୁରୁଦକ୍ଷିଣା ଭାବରେ ଅସମ୍ଭବକୁ ସମ୍ଭବ କରି ଯମରାଜଙ୍କ ନିକଟରୁ ମୃତ ପୁତ୍ରକୁ ଫେରାଇ ଆଣିବାରେ ଯେ ସକ୍ଷମ ହୋଇଥିଲେ ଏହାର ମୂଳରେ ଥିଲା ଗୁରୁଙ୍କ ପ୍ରତି ଐକାନ୍ତିକ ଭକ୍ତି।

Hot this week

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

ବିଷାକ୍ତ ଗ୍ୟାସ ଲିକ୍ : ଦୁଇ ମୃତ ,ଦଶହଜାର ପ୍ରଭାବିତ

ସମାଜ ଲାଇଭ ଡ଼େସ୍କ : ଝାଡ଼ଖଣ୍ଡର ଧନବାଦରେ ଏକ ଗ୍ୟାସ ଲିକ୍...

‘ମୁଁ ଯୁଦ୍ଧ ବନ୍ଦ କରିବି’-ପୁଣି ଏମିତି ଦୃଢୋକ୍ତି ବାଢିଲେ ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ଦୀର୍ଘ ୩ ବର୍ଷ ହେବ ରୁଷ-ୟୁକ୍ରେନ ଯୁଦ୍ଧ...

Related Articles

Popular Categories