www.samajalive.in
Wednesday, December 10, 2025
16.1 C
Bhubaneswar

ଚିନ୍ତାକଳ୍ପ: ମହାର୍ଘ ଗୁରୁଦକ୍ଷିଣା

କୃଷ୍ଣ ବଳରାମ ଦୁହେଁ ସନ୍ଦୀପନିଙ୍କ ବାରାଣସୀ ନିକଟବର୍ତ୍ତୀ ଅବନ୍ତୀନଗରରେ ଥିବା ଆଶ୍ରମରେ ରହି ଧନୁର୍ବିଦ୍ୟା ସହ ଅନ୍ୟାନ୍ୟ ବିଦ୍ୟା ଶିକ୍ଷା କରୁଥିଲେ। ଶିକ୍ଷା ସମାପ୍ତ ପରେ ଉଭୟେ ଗୁରୁ ଦକ୍ଷିଣା ଦେବାର ଇଚ୍ଛା ପ୍ରକାଶ କରିଥିଲେ। ସନ୍ଦୀପନି ପତ୍ନୀଙ୍କ ସହ କଥାହେବା ପରେ କହିଥିଲେ- ‘ବତ୍ସ! କିଛିବର୍ଷ ପୂର୍ବେ ମୋର ଏକମାତ୍ର ପୁତ୍ର ପୁନର୍ଦତ୍ତ ପ୍ରଭାସ ତୀର୍ଥକୁ ସ୍ନାନ ଉଦ୍ଦେଶ୍ୟରେ ଯାଇଥିଲା। ଏ ପର୍ଯ୍ୟନ୍ତ ସେ ଫେରିନାହିଁ। ଯଦି ଗୁରୁଦକ୍ଷିଣା ଦେବାକୁ ଚାହୁଁଛ ତେବେ ମୋର ପୁଅକୁ ଫେରାଇ ଆଣ।’ କୃଷ୍ଣ-ବଳରାମ ଗୁରୁ ଆଜ୍ଞା ଶିରୋଧାର୍ଯ୍ୟ କରି ତାଙ୍କ ଆଶୀର୍ବାଦ ନେଇ ପ୍ରଭାସ ତୀର୍ଥ ଅଭିମୁଖେ ଯାତ୍ରା କରିଥିଲେ। ବରୁଣ ଦେବତାଙ୍କୁ ଭେଟି ପଚାରିଥିଲେ ପୁନର୍ଦତ୍ତଙ୍କ ସମ୍ପର୍କରେ।

ବରୁଣଦେବ ସତ୍ୟ ପ୍ରକାଶ କରି କହିଥିଲେ- ‘ମୁଁ ତାଙ୍କର କିଛିହେଲେ କ୍ଷତି କରିନାହିଁ। ମୋର ଜଳରେ ‘ପଞ୍ଚଜନ’ ନାମକ ଏକ ଭୟଙ୍କର ଦୈତ୍ୟ ବାସ କରୁଛି। ଇଚ୍ଛା ଅନୁସାରେ ସେ ଆପଣା ଶରୀରକୁ ଛୋଟବଡ଼ କରିପାରେ। ଏବେ ସେ ସମୁଦ୍ର ଜଳର ନିମ୍ନଦେଶରେ ଏକ ଶଙ୍ଖ ଭିତରେ ଆତ୍ମଗୋପନ କରିଛି। ସେ ହିଁ ତୁମ ଗୁରୁପୁତ୍ରଙ୍କୁ ଭକ୍ଷଣ କରିଛି।’ କୃଷ୍ଣ ବଳରାମ ଶଙ୍ଖ ନିକଟରେ ପହଞ୍ଚିଥିଲେ। ଶଙ୍ଖ ଭିତରେ ପଞ୍ଚଜନ ଆରାମରେ ଥିଲା। ଶ୍ରୀକୃଷ୍ଣ ତା’ର ନାମଧରି ଡାକିଥିଲେ। ଜବାବ ନ ମିଳିବାରୁ ଶକ୍ତି ପ୍ରୟୋଗ କରିଥିଲେ। ଶଙ୍ଖଟି ଦୋହଲିବାକୁ ଲାଗିଲା। ରାକ୍ଷସ ନିଶ୍ଚିତ ହୋଇଗଲା ଯେ କିଛି ଅଘଟଣ ଘଟିବାକୁ ଯାଉଛି।

- Advertisement -

ଶଙ୍ଖ ବାହାରକୁ ଆସିବାରୁ କୃଷ୍ଣ ପୁନର୍ଦତ୍ତଙ୍କ ସମ୍ପର୍କରେ ପଚାରିଥିଲେ। ରାକ୍ଷସ ଗୁରୁପୁତ୍ରଙ୍କୁ ଖାଇଦେଇଥିବା କହିଥିଲା। କ୍ରୋଧରେ କୃଷ୍ଣ ବଳରାମ ରାକ୍ଷସ ସହ ଘୋର ଯୁଦ୍ଧ କରି ତାକୁ ମାରି ଦେଇଥିଲେ। ଗୁରୁପୁତ୍ରଙ୍କ ଅସ୍ଥି ସଂଗ୍ରହ କରିଥିଲେ ସେଇଠାରୁ। ପଞ୍ଚଜନ ରହୁଥିବା ଶଙ୍ଖଟି ଅତି ସୁନ୍ଦର ଥିଲା। ଶ୍ରୀକୃଷ୍ଣ ସେହି ସୁନ୍ଦର ଶଙ୍ଖକୁ ଦେଖି ଏହାକୁ ସର୍ବଦା ପାଖରେ ରଖିବା ଇଚ୍ଛା କରି ବଳରାମଙ୍କୁ କହିଥିଲେ- ଏବେଠାରୁ ଏହି ଶଙ୍ଖର ନାମ ‘ପଞ୍ଚଜନ୍ୟ’ ହେବ। ଗୁରୁପୁତ୍ରଙ୍କ ଅସ୍ଥି ସହ ଯମରାଜଙ୍କ ନିକଟକୁ ଯାଇଥିଲେ। ଗୁରୁଙ୍କ ନିକଟରେ ଦୁ​‌େ​‌ହଁ ତାଙ୍କ ପୁତ୍ରକୁ ଫେରାଇ ନେବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଜାଣିବାପରେ ଯମରାଜ ଅସ୍ଥିକୁ ଜୀବନ୍ୟାସ ଦେଇ ପୂର୍ବ ଶରୀର ଫେରାଇ ଦେଇଥିଲେ। ତିନିହେଁ ଅବନ୍ତୀପୁରସ୍ଥ ଗୁରୁଙ୍କ ଆଶ୍ରମକୁ ଫେରି ଆସିଥିଲେ। ଦୀର୍ଘବର୍ଷ ବ୍ୟବଧାନରେ ଗୁରୁ ସନ୍ଦୀପନି ଓ ଗୁରୁପତ୍ନୀ ପୁଅକୁ ଫେରି ପାଇଥିବାରୁ ଆନନ୍ଦରେ ଆତ୍ମହରା ହୋଇଯାଇଥିଲେ। ଗୁରୁଭକ୍ତିର ଅନନ୍ୟ ପରାକାଷ୍ଠା ଦେଖାଇ କୃଷ୍ଣ-ବଳରାମ ଗୁୁରୁଦକ୍ଷିଣା ଭାବରେ ଅସମ୍ଭବକୁ ସମ୍ଭବ କରି ଯମରାଜଙ୍କ ନିକଟରୁ ମୃତ ପୁତ୍ରକୁ ଫେରାଇ ଆଣିବାରେ ଯେ ସକ୍ଷମ ହୋଇଥିଲେ ଏହାର ମୂଳରେ ଥିଲା ଗୁରୁଙ୍କ ପ୍ରତି ଐକାନ୍ତିକ ଭକ୍ତି।

Hot this week

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

Related Articles

Popular Categories