www.samajalive.in
Saturday, December 6, 2025
19.1 C
Bhubaneswar

ସୀମାନ୍ତରେ ଆକ୍ରମଣର କଡା ଜବାବ ଦେବାକୁ ପିଏଲଏକୁ ପୂର୍ଣ୍ଣ କ୍ଷମତା ଦେଲା ଚୀନ

ବେଜିଂ: ଭାରତ ସହିତ ସୀମା ବିବାଦ ଲାଗି ରହିଥିବାବେଳେ ସୀମାନ୍ତରେ କୌଣସି ପ୍ରକାର ଆକ୍ରମଣର କଡା ପାଲଟା ଜବାବ ଦେବାକୁ ଚୀନ ତାହାର ସୈନ୍ୟବାହିନୀକୁ ପୂର୍ଣ୍ଣ କ୍ଷମତା ପ୍ରଦାନ କରିଛି । ଏ ସଂକ୍ରାନ୍ତରେ ଚୀନ ଏକ ନୂଆ ଆଇନକୁ ଅନୁମୋଦନ କରିଛି । ଏଥିସହିତ ଏହି ନୂଆ ଆଇନରେ ସୀମାନ୍ତ ଅଞ୍ଚଳରେ ସଡ଼କ, ରେଳପଥ, ବିମାନ ବନ୍ଦର ଭଳି ଭିତ୍ତିଭୂମିର ବିକାଶ ତଥା ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ବିଷୟ ମଧ୍ୟ ଉଲ୍ଲେଖ ରହିଛି । ଚୀନର ଏହି ନୂଆ ଆଇନ ଦୁଇ ଦେଶ ମଧ୍ୟରେ ସୀମା ବିବାଦକୁ ଅଧିକ ଜଟିଳ କରିବା ଆଶଙ୍କା କରାଯାଉଛି । ୨୦୨୨ ଜାନୁଆରୀ ୧ ତାରିଖରୁ ଏହି ନୂଆ ଆଇନ କାର୍ଯ୍ୟକାରୀ ହେବ ।
ଚୀନର ସରକାରୀ ପରିଚାଳିତ ଖବର ସରବରାହ ସଂସ୍ଥା ଜିନହୁଆ ରିପୋର୍ଟ ଅନୁଯାୟୀ ଚୀନର ନ୍ୟାସନାଲ ପିପୁଲ୍ସ କଂଗ୍ରେସ (ଏନପିସି)ର ଏକ ରୁଦ୍ଧଦ୍ୱାର ବୈଠକରେ ଏହି ନୂଆ ଆଇନକୁ ଗୃହୀତ କରାଯାଇଛି । ଏଥିରେ ସିଧାସଳଖ ଭାବରେ କୌଣସି ପଟୁ ଆକ୍ରମଣାତ୍ମକ କାର୍ଯ୍ୟକଳାପ ସମ୍ପର୍କରେ ଉଲ୍ଲେଖ କରାଯାଇନଥିଲେ ମଧ୍ୟ ଏହା ଦର୍ଶାଯାଇଛି ଯେ ଚୀନ ସରକାର ସୀମାନ୍ତରେ ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ଦିଗରେ ପଦକ୍ଷେପ ନେବେ ଏବଂ ସୀମାନ୍ତ ଅଞ୍ଚଳରେ ଅର୍ଥନେଅତିକ ଓ ସାମାଜିକ କାର୍ଯ୍ୟକଳାକୁ ସମର୍ଥନ କରିବା ସହିତ ସୀମାନ୍ତ ଅଞ୍ଚଳକୁ ଉନ୍ମୁକ୍ତ କରିବେ, ଉକ୍ତ ଅଞ୍ଚଳରେ ଜନସାଧାରଣଙ୍କ ପାଇଁ ଆବଶ୍ୟକ ସେବା ଯୋଗାଣ ଓ ଭିତ୍ତିଭୂମିରେ ଉନ୍ନତି କରିବେ, ସେଠାରେ ଲୋକଙ୍କର ଜୀବନଯାପନ ଏବଂ କାର୍ଯ୍ୟ ଆଦିକୁ ପ୍ରୋତ୍ସାହିତ କରିବେ ଏବଂ ସର୍ବୋପରି ସୀମାନ୍ତ ସୁରକ୍ଷା ବ୍ୟବସ୍ଥା ଏବଂ ସାମାଜିକ, ଅର୍ଥନୈତିକ ବିକାଶ ମଧ୍ୟରେ ସମନ୍ୱୟ ରକ୍ଷା କରିବେ । ନୂଆ ଆଇନରେ କପୁହାଯାଇଛି ଯେ ଚୀନର ପିପୁଲ୍ସ ଲିବିରେସନ ଆର୍ମି (ପିଏଲଏ) ସୀମାନ୍ତ ଅଞ୍ଚଳରେ ନିୟମିତ ଡ୍ରିଲ କରିବା ସହିତ କୌଣସି ପ୍ରକାର ଆକ୍ରମଣ, ଜବର ଦଖଲ, ଉସୁକାଇବା ଭଳି କାର୍ଯ୍ୟ ଆଦିକୁ କଡା ଜବାବ ଦେବେ । ଏହାଦ୍ୱାରା ଭାରତ ଉପରେ ସିଧାସଳଖ ପ୍ରଭାବ ପଡିବ ବୋଲି ପ୍ରତିରକ୍ଷା ବିଶେଷଜ୍ଞ ମତ ଦେଇଛନ୍ତି ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories