www.samajalive.in
Saturday, December 6, 2025
26.1 C
Bhubaneswar

ଭାରତରେ ୫୯ ଆପ୍‌ ନିଷେଧ ହେବା ପରେ ଚିନ୍ତାରେ ଚୀନ; କହିଲା ଘଟଣାର ଅନୁଧ୍ୟାନ କରୁଛୁ

ନୂଆଦିଲ୍ଲୀ: ଭାରତରେ ୫୯ ଚାଇନିଜ ଆପ୍‌ ନିଷେଧ କରାଯିବା ପରେ ଚିନ୍ତାରେ ପଡ଼ିଛନ୍ତି ଚୀନ ସରକାର। ଚୀନ ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ଝାଓ ଲିଜିୟାନ ଏହି ମାମଲାକୁ ନେଇ ଚୀନ ବହୁତ ଚିନ୍ତିତ ଅଛି ଏବଂ ସମ୍ପୂର୍ଣ୍ଣ ମାମଲାର ଅନୁଧ୍ୟାନ କରାଯାଉଛି।

ସୂଚନାଯୋଗ୍ୟ, ଗତ ସୋମବାର ମୋଦୀ ସରକାର ଟିକ୍‌ଟିକ୍‌ ସମେତ ୫୯ ଚାଇନିଜ ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ତଥ୍ୟ ଚୋରି ଅଭିଯୋଗ ଆସିବା ପରେ ଦେଶର ସୁରକ୍ଷା ପ୍ରତି ଏହି ଆପ୍‌ଗୁଡ଼ିକ ବିପଦ ବୋଲି ଦର୍ଶାଇ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ୫୯ ଆପ୍‌କୁ ନିଷେଧ କରାଯାଇଛି। ଚୀନର ଅନ୍ୟ ଆପ୍‌, ଯେଉଁଗୁଡ଼ିକ ଦେଶର ସୁରକ୍ଷା ପ୍ରତି ବିପଦ ସେଗୁଡ଼ିକ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେବେ ଏହି ପ୍ରତିବନ୍ଧକ ଅସ୍ଥାୟୀ। ଏକ କମିଟିରେ ଏହି ମାମଲାର ବିଚାର ହେବ। ପ୍ରତିବନ୍ଧକ ଲାଗିଥିବା ଆପ୍‌ଗୁଡ଼ିକ କମିଟି ସମ୍ମୁଖରେ ନିଜର ପକ୍ଷ ରଖିବେ। ଏହା ପରେ କମିଟି ନିଷ୍ପତ୍ତି ନେବ ଯେ ପ୍ରତିବନ୍ଧକ ଜାରି ରହିବ ଅଥବା ହଟାଇ ଦିଆଯିବ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories