www.samajalive.in
Saturday, December 6, 2025
19.1 C
Bhubaneswar

ବୋଲ ମାନୁନି ଚୀନ୍, ପୁଣି ସୀମାରେ ଠୁଳ କରୁଛି ୪୦ ହଜାର ସେନା

ସୀମାରେ ଭାରତ ଏବଂ ଚୀନ୍ ମଧ୍ୟରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ପର୍ଯ୍ୟାୟ ବୈଠକ ପରେ ଚୀନ୍ ସ୍ୱାଭାବିକ ପରିସ୍ଥିତି ଫେରାଇ ଆଣିବା ଦିଗରେ ସହମତ ହୋଇଥିଲେ ମଧ୍ୟ ନିଜ କଥାରୁ ଓହରିବା ଭଳି କାର୍ଯ୍ୟକଳାପରେ ଲିପ୍ତ ରହିଛି। ସୂଚନା ଅନୁଯାୟୀ ଏବେ ପ୍ରକୃତ ନିୟନ୍ତ୍ରଣ ରେଖାର ପୂର୍ବ ଲଦାଖ ଅଞ୍ଚଳରେ ଚୀନ୍ ପ୍ରାୟ ୪୦ ହଜାର ସୈନିକ ଠୁଳ କରୁଛି।

ପୂର୍ବ ବୁଝାମଣା ମୁତାବକ ଚୀନ୍ ସରକାର ପୂର୍ବ ଲଦାଖର ଅବରୋଧ ସ୍ଥାନରୁ ସୈନ୍ୟ ସଂଖ୍ୟା ହ୍ରାସ କରିବାର ପ୍ରତିଶ୍ରୁତିକୁ ସମ୍ମାନ ଦେଉନାହିଁ। ଦୁଇ ଦେଶ ମଧ୍ୟରେ ସାମରିକ ଏବଂ କୂଟନୈତିକ ସ୍ଥରରେ ସୀମାରେ ସୈନ୍ୟ ଅପସାରଣକୁ ଭାରତ ଅକ୍ଷରେ ଅକ୍ଷରେ ପାଳନ କରୁଥିବା ବେଳେ ଚୀନ୍ ତାର ଅସଲ ସ୍ୱରୂପ ପ୍ରଦର୍ଶନ କରୁଛି। ଏହା ପୂର୍ବରୁ ଭାରତ ଚୀନ ମଧ୍ୟରେ ଲଦାଖରେ ସୀମା ବିବାଦ ମଧ୍ୟରେ ଉଭୟ ପକ୍ଷ ସୈନିକଙ୍କ ମଧ୍ୟରେ ସଂଘର୍ଷ ଘଟିବ ପରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଚୀନ୍ ବିଦେଶ ମନ୍ତ୍ରୀଙ୍କ ସହ କଥା ହୋଇଥିଲେ ଓ ପରେ ଚୀନ ସୀମାରେ ସୈନ୍ୟ ସଂଖ୍ୟା ହ୍ରାସ କରିବାକୁ ରାଜି ହୋଇଥିଲା।

- Advertisement -

ସୂଚନା ଅନୁଯାୟୀ, ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଚୀନ୍ ପକ୍ଷରୁ କୌଣସି ସଂକେତ ମିଳିନାହିଁ। ପ୍ରାୟ ୪୦ ହଜାର ସୈନିକ ଓ ଗୋଳାବାରୁଦ ଠୁଳ କରିବା ଆରମ୍ଭ କରିଛି ଚୀନ। ସେହି ସୈନିକମାନଙ୍କୁ ଚୀନ ଏୟାର ଡିଫେନ୍ସ ସିଷ୍ଟମ ଓ ଦୂରଗାମୀ କ୍ଷେପଣାସ୍ତ୍ର ଯୋଗାଇ ଦେଇଛି

ସୂଚନା ଯୋଗ୍ୟ, ଜୁଲାଇ୧୪ ଏବଂ ୧୫ରେ ଉଭୟ ପକ୍ଷ ମଧ୍ୟରେ ହୋଇଥିବା କମାଣ୍ଡର ସ୍ତରୀୟ ଆଲୋଚନାରେ ଉଭୟ ପକ୍ଷ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଉପରେ ପଦକ୍ଷେପ ଗ୍ରହଣ କରିବେ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଚୀନ୍ ବିଦେଶ ମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ରାଷ୍ଟ୍ରୀୟ ସୁରକ୍ଷା ଏଜେନ୍ସି ମୁଖ୍ୟ ଡୋଭାଲ କହିଥିଲେ ଯେ ସୀମାରେ ଶାନ୍ତି ପ୍ରତିଷ୍ଠା କରିବା ଏବଂ ବିବାଦର ଅନ୍ତ ଘଟାଇବା ପାଇଁ ଉଭୟ ପକ୍ଷଙ୍କୁ ପୂର୍ବ ସ୍ଥିତିକୁ ଫେରିବାକୁ ପଡ଼ିବ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories