www.samajalive.in
Sunday, December 7, 2025
14.1 C
Bhubaneswar

କରୋନା ଅପଡେଟ୍ : ଆରୋଗ୍ୟ ଲାଭ କଲେ ସାଢ଼େ ୭ଲକ୍ଷ, ସଂକ୍ରମିତଙ୍କ ସଂଖ୍ୟା ୧୧,୯୨,୯୧୫

ନୂଆଦିଲ୍ଲୀ : ଦେଶରେ କୋଭିଡ୍‍-୧୯ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା ସାଢ଼େ ୭ଲକ୍ଷକୁ ଅତିକ୍ରମ କରିଛି। ଗତ ୨୪ ଘଣ୍ଟା ଭିତରେ ରେକର୍ଡ ସଂଖ୍ୟକ ଆଉ ୨୮ ହଜାର ୪୭୨ ଜଣ ବ୍ୟକ୍ତି ଆରୋଗ୍ୟ ଲାଭ କରିବା ସହ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ୍‍ ୭ଲକ୍ଷ ୫୩ ହଜାର ୫୦ ଜଣ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ଦେଶରେ କୋଭିଡ୍‍ ଆରୋଗ୍ୟ ହାର ୬୩.୧୨%କୁ ବୃଦ୍ଧି ପାଇଛି।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି, ବିଭିନ୍ନ ହସ୍ପିଟାଲରେ ବର୍ତ୍ତମାନ ଚିକିତ୍ସିତ ହେଉଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୧୧ ହଜାର ୧୩୩ ରହିଛି। ଗତ ୨୪ ଘଣ୍ଟା ଭିତରେ ଆଉ ୩୭ ହଜାର ୭୨୪ ଜଣ ନୂଆ ଲୋକ ଭୂତାଣୁରେ
ସଂକ୍ରମିତ ହେବା ସହ ଦେଶରେ ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା ୧୧ଲକ୍ଷ ୯୨ ହଜାର ୯୧୫ ରହିଛି। ଗୋଟିଏ ଦିନ ଭିତରେ ଆଉ ୬୪୮ ଜଣ ସଂକ୍ରମିତ ବ୍ୟକ୍ତିଙ୍କର ମୃତ୍ୟୁଘଟିବା ସହ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୮ ହଜାର ୭୩୨ରେ ପହଞ୍ଚିଛି। ଇତିମଧ୍ୟରେ ଦେଶରେ କରୋନା ମୃତ୍ୟୁହାର ଲଗାତାର ଭାବେ ହ୍ରାସ ପାଇ ଶତକଡ଼ା ୨ ଦଶମିକ ୪ ଭାଗରେ ରହିଛି।
ଅନ୍ୟପକ୍ଷରେ ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ କହିଛି ଗତ ୨୪ ଘଣ୍ଟା ଭିତରେ ଆଉ ୩ ଲକ୍ଷ ୪୩ ହଜାର ୨୪୩ଟି ନମୁନା ପରୀକ୍ଷା କରାଯାଇଛି। ଏପର୍ଯ୍ୟନ୍ତ ମୋଟ୍‍ ୧କୋଟି ୪୭ଲକ୍ଷ ୨୪ ହଜାର ୫୪୬ଟି ନମୁନାର ପରୀକ୍ଷା କରାଯାଇଛି।  ଆଇସିଏମ୍‍ଆର କୋଭିଡ୍‍-୧୯ ନମୁନା ପରୀକ୍ଷା ପାଇଁ ଅଧିକରୁ ଅଧିକ ପରୀକ୍ଷାଗାରଗୁଡ଼ିକୁ ଅନୁମତି ପ୍ରଦାନ କରିବା ଜାରି ରଖିଛି। ଦେଶରେ ୧ହଜାର ୨୭୬ଟି ପରୀକ୍ଷାଗାରରେ କୋଭିଡ୍‍ ନମୁନା ପରୀକ୍ଷା କରାଯାଉଛି। ସେଗୁଡ଼ିକ ମଧ୍ୟରେ ୮୯୨ଟି ସରକାରୀ ପରୀକ୍ଷାଗାର ଓ ୩୮୪ଟି ବେସରକାରୀ ପରୀକ୍ଷାଗାର ରହିଛି।

Image Source : PTI

ତେବେ ଆରୋଗ୍ୟ ହାର ଦୃଷ୍ଟିରୁ ଦିଲ୍ଲୀ ଶୀର୍ଷସ୍ଥାନରେ ଥିବା ବେଳେ ତାହାପଛକୁ ଲଦାଖ, ତେଲଙ୍ଗାନା, ହରିଆଣା ଓ ଆଣ୍ଡାମାନ ଏବଂ ନିକୋବର ଦୀପପୁଞ୍ଜ ରହିଛି। ଦିଲ୍ଲୀର ଆରୋଗ୍ୟ ହାର  ୮୪.୮୨% ରହିଛି। ଏହି ୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଆରୋଗ୍ୟ ହାର ୭୫%ରୁ ଅଧିକ ରହିଛି। ୧୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଆରୋଗ୍ୟ ହାର ଜାତୀୟ
ଆରୋଗ୍ୟ ହାରଠାରୁ ଉପରେ ରହିଛି। ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ଦୃଷ୍ଟିରୁ ମହାରାଷ୍ଟ୍ର ସର୍ବୋଚ୍ଚ ସ୍ଥାନରେ ରହିଥିବା ବେଳେ ତାହା ପରକୁ ତାମିଲନାଡୁ, ଦିଲ୍ଲୀ ଓ ତେଲଙ୍ଗାନା ରହିଛି।
ଦେଶରେ ୨୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୃତ୍ୟୁହାର ଜାତୀୟ ମୃତ୍ୟୁ ହାରଠାରୁ ନିମ୍ନରେ ରହିଛି। ମୋଟ ସଂକ୍ରମିତମାନଙ୍କ ସଂଖ୍ୟାକୁ ବିଚାରକୁ ନେଲେ ଶତକଡ଼ା ୬୮ ଭାଗରୁ ଊର୍ଦ୍ଧ୍ବ ସଂକ୍ରମିତ ବ୍ୟକ୍ତି ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ଉତ୍ତର ପ୍ରଦେଶରୁ ରହିଛନ୍ତି।

Hot this week

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

Related Articles

Popular Categories