www.samajalive.in
Friday, December 12, 2025
14.1 C
Bhubaneswar

ଗଲଓ୍ବାନ ସମେତ ୪ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର କରିଛି ଚୀନ

ସମାଜ ଡିଜିଟାଲ ଡେସ୍କ: ଗଲଓ୍ବାନ ଘାଟି ସମେତ ୪ଟି ଅଞ୍ଚଳରୁ ଚୀନ ସୈନ୍ୟ ପ୍ରତ୍ୟାହାର କରିନେଇଛି। ଚୀନ ବିଦେଶ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ପୂର୍ବ ଲଦାଖରେ ଭାରତ ଏବଂ ଚୀନ ମିଳିତ ଭାବେ ସେନା ପ୍ରତ୍ୟାହାର ସମସ୍ୟାକୁ ୭୫ ପ୍ରତିଶତ ସମାଧାନ କରିସାରିଛନ୍ତି ବୋଲି ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ମନ୍ତବ୍ୟ ଦେବା ପରେ ଚୀନ ପକ୍ଷରୁ ଏଭଳି ସ୍ପଷ୍ଟୀକରଣ ଦିଆଯାଇଛି। ଏଲଏସି(ପ୍ରକୃତ ନିୟନ୍ତ୍ରଣ ରେଖା)ରେ ପରିସ୍ଥିତି ସ୍ଥିର ଏବଂ ନିୟନ୍ତ୍ରଣାଧୀନ ରହିଥିବା ଚୀନ କହିଛି।

ଏଲଏସିରେ ଦୁଇ ଦେଶର ସୈନ୍ୟଙ୍କ ମଧ୍ୟରେ ସଂଘଷ ଯୋଗୁ ଦ୍ଵିପାକ୍ଷିକ ସମ୍ପର୍କ ପ୍ରଭାବିତ ହୋଇଛି। ଦୁଇ ଦେଶ ମଧ୍ୟରେ ସମ୍ପର୍କ ପୁନଃସ୍ଥାପନ ଲାଗି ସୀମାରୁ ସମ୍ପୂର୍ଣ୍ଣ ଭାବେ ସେନା ପ୍ରତ୍ୟାହାର ଜରୁରୀ ବୋଲି ଭାରତ କହିବା ସହିତ ବାରମ୍ବାର ବିଭିନ୍ନ ସ୍ତରରେ ଚୀନ ଉପରେ ଚାପ ପକାଇ ଆସୁଛି। ଏହା ପରେ ଅନେକ ଅଞ୍ଚଳରେ ଚୀନ ପକ୍ଷରୁ ସେନା ପ୍ରତ୍ୟାହାର କରାଯାଇଛି। କିନ୍ତୁ ଡେମଚୋକ ଏବଂ ଡେପସାଙ୍ଗ ଅଞ୍ଚଳରେ ଏଯାଏ ସୈନ୍ୟ ଅପସାରଣ କରାଯାଇ ନାହିଁ। ଏ ସମ୍ପର୍କରେ ଦୁଇ ଦେଶ ମଧ୍ୟରେ ଆଲୋଚନାରେ କୌଣସି ଅଗ୍ରଗତି ହୋଇ ନ ଥିବା ଜଣାପଡ଼ିଛି।

- Advertisement -

ଗତ ସେପ୍ଟେମ୍ବର ୧୨ ତାରିଖରେ ଚୀନର ଓ୍ବାଙ୍ଗ ୟି ଭାରତର ଏନଏସଏ ଅଜିତ ଡୋଭାଲଙ୍କୁ ସେଣ୍ଟ ପିଟର୍ସବର୍ଗରେ ସାକ୍ଷାତ କରିଥିଲେ। ସୀମା ସମସ୍ୟା ନେଇ ଦୁଇ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଆପୋସ ବୁଝାମଣା ଜରିଆରେ ସମସ୍ୟାର ସମାଧାନ ଲାଗି ଦୁଇ ଅଧିକାରୀ ସହମତି ପ୍ରକାଶ କରିଥିବା ସୂଚନା ମିଳିଛି।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories