www.samajalive.in
Saturday, December 6, 2025
19.1 C
Bhubaneswar

ଦେଖନ୍ତୁ ଭିଡିଓ; ବାଲକୋନିରୁ ମାଆ କୋଳରୁ ଖସିଲା କୁନି ଶିଶୁ, କେମିତି ବଞ୍ଚିଲା ଜୀବନ

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅନେକ ସମୟରେ ଭାଇରାଲ୍‌ ହେଉଥିବା ଭିଡିଓ ଆଶ୍ଚର୍ଯ୍ୟ ଚକିତ ସହ ଭୟଭୀତ ମଧ୍ୟ କରିଥାଏ । କିଛି ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିଥାଏ। ନିକଟରେ ଭାଇରାଲ୍‌ ହେଉଥିବା ଏକ ଭିଡିଓ ଖୁବ୍‌ ଭୟଭୀତ କରିବା ସହ ଛାତି ଥରି ଉଠିବ । ଭିଡିଓଟି ଏକ ଶିଶୁର । ଭିଡିଓରେ ଦେଖିପାରିବେ, ଏକ ଶିଶୁ ଛାତର ବାଲକୋନିରୁ ତଳକୁ ଲଟକି ରହିଛି । ଯେକେହି ଏହି ଦୃଶ୍ୟକୁ ଦେଖିବ ବ୍ୟସ୍ତ ହେବା ସାଧାରଣ କଥା । ଘଟଣା ଜଣାପଡିବା ମାତ୍ରେ ଲୋକେ ଏକାଠି ହୋଇ ପ୍ରଥମେ ଶିଶୁକୁ କିଭଳି ସୁରକ୍ଷିତ ଉଦ୍ଧାର କରାଯିବ, ସେନେଇ ଚେଷ୍ଟା ଆରମ୍ଭ କରି ଦେଇଥିଲେ। ଶିଶୁଟି ବିପଦପୂର୍ଣ୍ଣ ସ୍ଥିତିରେ ଥିବା ଭିଡିଓରେ ପରିଷ୍କାର ଦେଖିପାରିବେ।

- Advertisement -

କିଛି ଲୋକେ ଶିଶୁ ଲଟକି ରହିଥିବା ବାଲକୋନିର ଠିକ୍‌ ତଳ ଅଂଶରେ ଚାଦର ଧରି ଠିଆ ହେଉଛନ୍ତି । କିଛି ଲୋକେ ନିକଟରେ ଥିବା ଝରକା ସ୍ଥାନରେ ଠିଆ ହୋଇ ଅନେକ ଚେଷ୍ଟା କରି ଲଟକି ରହିଥିବା ଶିଶୁକୁ ରକ୍ଷା କରୁଛନ୍ତି । ଶିଶୁଟି ଖେଳୁଥିବା ଅବସ୍ଥାରେ ବାଲକୋନିରୁ ଖସି ନୀଳ ଆଜବେଷ୍ଟ ଭଳି ଦେଖାଯାଉଥିବା ଅନ୍ୟ ଏକ ବାଲକୋନି ନିକଟରେ ଲଟକି ରହିଥିଲା । ଘଟଣାଟି ହଇଚଇ ସୃଷ୍ଟି କରିଥିଲା । ମାତ୍ର ତୁରନ୍ତ ଲୋକେ ଏକାଠି ହୋଇ ଶିଶୁର ଜୀବନ ରକ୍ଷା କରିବାକୁ ଲାଗି ପଡିଥିଲେ । ଝରକା ନିକଟରେ କିଛି ଲୋକେ ଏକାଠି ହୋଇ ଶିଶୁକୁ ରକ୍ଷା କରୁଛନ୍ତି । ସୋସିଆଲ ମିଡିଆରେ ସଭିଁଙ୍କର ଚେଷ୍ଟା ଓ ସାହସକୁ ବେଶ ପ୍ରଶଂସା କରାଯାଇଛି।

ଜୁନ୍‌ ୧୨ରେ ଅତ୍ୟନ୍ତ ଦୁର୍ଲ୍ଲଭ ଯୋଗ: ଏହି ରାଶି ହେବେ ସୌଭାଗ୍ୟଶାଳୀ, ହଠାତ୍‌ ଧନୀ, ହେବ ବିବାହ, ମିଳିବ ବଡ ଲାଭ..

କୁହାଯାଉଛି, ଶିଶୁଟିକୁ ମାଆ କୋଳରେ ଧରି ବାଲକୋନିରେ ଥିବା ସମୟରେ ତାଙ୍କ ହାତରୁ ଶିଶୁଟି ଖସି ପଡି ବାଲକୋନି ନିକଟରେ ଲଟକି ରହିଥିଲା । ମାଆ ସେହି ସମୟରେ ଖୁବ୍‌ ଜୋରରେ ଚିତ୍କାର କରିବା ମାତ୍ରେ ଲୋକେ ଏକାଠି ହୋଇଯାଇଥିଲେ । ଭିଡିଓ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି।

ଦ୍ରୁତ ଗତିରେ ବଢି ଚାଲିଛି କରୋନା ସଂକ୍ରମଣ ; ଏହି ଲକ୍ଷଣ ଦେଖାଯିବା ମାତ୍ରେ ହୋଇ ଯାଆନ୍ତୁ ସାବଧାନ..

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories