www.samajalive.in
Saturday, December 6, 2025
26.1 C
Bhubaneswar

କେନ୍ଦ୍ର ସରକାରଙ୍କୁ ସତର୍କ କରାଇଲେ ପି ଚିଦମ୍ବରମ୍‍

ନୂଆଦିଲ୍ଲୀ: ଅଗଷ୍ଟ ମାସରେ ଭାରତ ଅଧ୍ୟକ୍ଷତାରେ ଜାତିସଂଘ ନିରାପତ୍ତା ପରିଷଦ ବୈଠକରେ ଆଫଗାନିସ୍ତାନ ଭୂଖଣ୍ଡକୁ ବିଶ୍ୱର କୌଣସି ରାଷ୍ଟ୍ର ବିରୋଧରେ ବ୍ୟବହାର କରିବାକୁ ଦିଆଯିବା ଏବଂ କୌଣସି ଆତଙ୍କବାଦୀ ଅନୁଷ୍ଠାନକୁ ଆଶ୍ରୟ ଦେବା ଅଥବା ସେମାନଙ୍କୁ ତାଲିମ ଦେବା ଅନୁଚିତ ବୋଲି ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ତାହାର ଦୁଇଦିନ ପରେ ଭାରତର ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦମ୍ବରମ୍‍ କେନ୍ଦ୍ର ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି। ସେ କହିଛନ୍ତି, ଏହି ବିଷୟକୁ ନେଇ ଭାରତ ଖୁସି ହେବା ଉଚିତ ନୁହେଁ। ଚୀନ, ପାକିସ୍ତାନ ଏବଂ ତାଲିବାନ ମଧ୍ୟରେ ଘନିଷ୍ଠ ସମ୍ପର୍କ ପରିପ୍ରେକ୍ଷୀରେ ଏଭଳି ଏକ ପ୍ରସ୍ତାବ ଗୃହୀତ ହେବାର କିଛି ଗୁରୁତ୍ୱ ରଖୁନାହିଁ। ଚିଦମ୍ବରମ କହିଛନ୍ତି, ଏଭଳି ଏକ ପ୍ରସ୍ତାବ ଗୃହୀତ ହେବା ଦ୍ୱାରା ସମସ୍ୟାର ସମାଧାନ ହୋଇଗଲା ନାହିଁ କିମ୍ବା ଭାରତ ପାଇଁ ଏହା ଆଶ୍ୱସ୍ତିର ବିଷୟ ନୁହେଁ। ଏହା କେବଳ ଏକ ପ୍ରସ୍ତାବ କାଗଜରେ ଲେଖାଯାଇଛି ଏବଂ ସେଥିରେ କିଛି ରାଷ୍ଟ୍ର ସ୍ୱାକ୍ଷର କରିବା ଭଳି ହୋଇଛି। ବାସ୍ତବ ସ୍ଥିତି କିନ୍ତୁ ଢେର ଚିନ୍ତାଜନକ।

 

- Advertisement -

ତେବେ ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଅଧ୍ୟକ୍ଷତାରେ ଏଭଳି ଏକ ପ୍ରସ୍ତାବ ଗୃହୀତ ହେବା ଭାରତ ପାଇଁ ଗୌରବର ବିଷୟ ଏବଂ ଆନ୍ତର୍ଜାତିକ ସ୍ତରରେ ଭାରତର ଗୁରୁତ୍ୱ ସମ୍ପର୍କରେ ଏହା ସୂଚନା ଦେଉଛି। କିନ୍ତୁ ଏହାମଧ୍ୟ ନୂଆଦିଲ୍ଲୀ ପାଇଁ ଅତ୍ୟନ୍ତ ଗୁରତ୍ୱପୂର୍ଣ୍ଣ ଯେ, ଉକ୍ତ ପ୍ରସ୍ତାବ ଉପରେ ମତଦାନ ସମୟରେ ସେଥିରୁ ରୁଷ ଓ ଚୀନ ବିରତ ରହିଥିଲେ। ଏହା ସାରା ବିଶ୍ୱପାଇଁ ଚେତାବନୀ ସଦୃଶ ହୋଇଛି।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories