ନୂଆଦିଲ୍ଲୀ : ରୋଷେଇ ଘରେ ପୁଣି ମହଙ୍ଗା ମାଡ। ପୁଣି ଥରେ ବୃଦ୍ଧି ପାଇଛି ଘରୋଇ ରୋଷେଇ ସିଲିଣ୍ଡର ଦର। ସରକାରୀ ତୈଳ କମ୍ପାନୀ ଗୁଡିକ ଦର ବୃଦ୍ଧି କରିଛନ୍ତି। ମାତ୍ର ୧୫ ଦିନ ମଧ୍ୟରେ ଅଣ-ସବସିଡିଯୁକ୍ତ ସିଲିଣ୍ଡର ମୂଲ୍ୟ ୫୦ ଟଙ୍କା ବୃଦ୍ଧି ପାଇଛି। ଅଣ-ସବସିଡିଯୁକ୍ତ ୧୪.୨ କିଲୋଗ୍ରାମ ଗ୍ୟାସ ସିଲିଣ୍ଡର ମୂଲ୍ୟ ୨୫ ଟଙ୍କା ବୃଦ୍ଧି ପାଇଛି। ସେହିଭଳି ୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡର ଦର ୭୫ ଟଙ୍କା ବୃଦ୍ଧି ପାଇଛି। ଦର ବୃଦ୍ଧି ପରେ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡର ଦର ୮୮୪ ଟଙ୍କା ୫୦ ପଇସା ବୃଦ୍ଧି ପାଇଥିବା ବେଳେ ପୂର୍ବରୁ ଏହା ୮୫୯ ଟଙ୍କା ୫୦ ପଇସା ଥିଲା। ଦର ବୃଦ୍ଧି ପରେ କଲକାତାରେ ୧୪.୨ କେଜି ସିଲିଣ୍ଡର ଦର ୯୧୧ ଟଙ୍କା, ମୁମ୍ବଇରେ ୮୮୪ ଟଙ୍କା ୫୦ ପଇସା , ଚେନ୍ନାଇରେ ୯୦୦ ଟଙ୍କା ୫୦ ପଇସାକୁ ବୃଦ୍ଧି ପାଇଛି। ଚଳିତ ବର୍ଷ ଜାନୁଆରୀ ୧ ରୁ ଆଜି ଯାଏଁ ଗ୍ୟାସ ଦର ୧୯୦ ଟଙ୍କା ବୃଦ୍ଧି ପାଇଛି।
Popular Categories



