www.samajalive.in
Sunday, December 7, 2025
23.1 C
Bhubaneswar

ଆଫଗାନିସ୍ତାନରେ ୧୩୮ ଆମେରିକା ସମର୍ଥକଙ୍କୁ ହତ୍ୟା

କାବୁଲ: ତାଲିବାନ ଆତଙ୍କି ଗୋଷ୍ଠୀ ଆଫଗାନିସ୍ତାନରେ ୧୩୮ ଜଣ ଆମେରିକା ସମର୍ଥକଙ୍କୁ ଗୁଳିମାରି ହତ୍ୟା କରିଛନ୍ତି। ଆମେରିକା ଆଫଗାନିସ୍ତାନ ଛାଡିବାର ଦିନକ ପରେ ତାଲିବାନ ଆତଙ୍କିମାନେ ଆଫଗାନିସ୍ତାନରେ ଘରକୁ ଘର ଆମେରିକା ସମର୍ଥକ ଏବଂ ସେମାନଙ୍କ ସହିତ ମିଶି କାମ କରୁଥିବା ଆଫଗାନ ନାଗରିକ ଓ ସେମାନଙ୍କ ପରିବାରବର୍ଗଙ୍କୁ ଖୋଜିବା ଆରମ୍ଭ କରିଦେଇଛନ୍ତି। ଏହିଭଳି ଲୋକଙ୍କୁ ଠାବ କରିବା ପରେ ସେମାନଙ୍କୁ ବନ୍ଧୁକ ମୁନରେ ଘରୁ ଉଠାଇ ଆଣୁଛନ୍ତି ତାଲିବାନ ଆତଙ୍କି ଗୋଷ୍ଠୀ। ସେମାନଙ୍କ ସର୍ବସମ୍ମୁଖରେ ରାସ୍ତା ଉପରେ ଗୁଳିକରି ହତ୍ୟା କରାଯାଉଛି। ଗତକାଲି ଦେଶର ବିଭିନ୍ନ ଭାଗରେ ତାଲିବାନ ଆତଙ୍କି ଏହିଭଳି ୧୩୮ ଲୋକଙ୍କୁ ହତ୍ୟା କରିଥିବା ଖବର ମିଳିଛି। ଏହା ପୂର୍ବରୁ ସେମାନେ ଜଣେ ଆମେରିକା ସମର୍ଥକଙ୍କ ହାତ ଗୋଡ ବାନ୍ଧି ତାଙ୍କୁ ଉଡନ୍ତା ହେଲିକପ୍ଟର ତଳେ ଝୁଲାଇ ଫାଶି ଦେଇଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories