‘ଫ୍ରାନ୍ସ, ସ୍ପେନ, ଶ୍ରୀଲଙ୍କା ସମେତ ୧୨ ଦେଶରେ ବ୍ୟାପିଛି ଚିଦମ୍ବରମଙ୍କ ସମ୍ପତ୍ତି’
ନୂଆଦିଲ୍ଲୀ : ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦେଶାଳ (ଇଡ଼ି) ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଚିଦମ୍ବରମଙ୍କ ନାମରେ ଗୁରୁତର ଅଭିଯୋଗ ଲଗାଇଛି। ଇଡ଼ି ପକ୍ଷରୁ କୁହାଯାଇଛି ଯେ ଫ୍ରାନ୍ସ, ସ୍ପେନ, ଶ୍ରୀଲଙ୍କା ସମେତ ୧୨ ଦେଶରେ ଚିଦମ୍ବରମଙ୍କ ସମ୍ପତ୍ତି ଅଛି।
ଅଭିଯୁକ୍ତର ସହଯୋଗୀ ଏବଂ କେତେକ କଂଗ୍ରେସ ନେତା ଚିଦମ୍ବରମଙ୍କ ବିଦେଶରେ ଥିବା ସମ୍ପତ୍ତିକୁ ବିକିବା ଏବଂ ବିଦେଶରେ ଥିବା ବ୍ୟାଙ୍କ ଖାତା ବନ୍ଦ କରି ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି। ସୋମବାର ତଦନ୍ତ ପାଇଁ ଚିଦମ୍ବରମଙ୍କ ରିମାଣ୍ଡ ଅବଧି ବଢାଇବାକୁ ଦାବି କରି ଇଡ଼ି ସୁପ୍ରିମକୋର୍ଟରେ ଏହି ଦଲିଲ ଦେଇଛି। ସୁପ୍ରିମକୋର୍ଟରେ ଦାଖଲ ସତ୍ୟପାଠରେ ଇଡ଼ି ଦାବି କରିଛି ଯେ ଚିଦମ୍ବରମ ଏବଂ ଅନ୍ୟ କେତେକ ଅଭିଯୁକ୍ତଙ୍କ ସମ୍ପତ୍ତି ଆର୍ଜେଣ୍ଟିନା, ଅଷ୍ଟ୍ରିଆ, ବ୍ରିଟେନ, ଆଇସଲ୍ୟାଣ୍ଡ, ଫ୍ରାନ୍ସ, ଗ୍ରୀସ, ମାଲେସିଆ, ମୋନାକୋ, ପିଲିଫିନ୍ସ, ସିଂଗାପୁର, ଦକ୍ଷିଣ ଆଫ୍ରିକା, ସ୍ପେନ, ଶ୍ରୀଲଙ୍କାରେ ଭଳି ଦେଶରେ ଅଛି। ଏହିସବୁ ଦେଶରେ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟ ରହିଛି। ଜାଲ ଏବଂ ନକଲି କମ୍ପାନୀ ମାଧ୍ୟମରେ ଏହି ସବୁ ଦେଶରେ ବ୍ୟାଙ୍କ ଖାତା ଖୋଲାଯାଇ ନେଣଦେଣ କରାଯାଇଛି।
Comments are closed.