www.samajalive.in
Sunday, December 7, 2025
16.1 C
Bhubaneswar

ଚିକାଗୋ ମାଗାଜିନ୍‌ର ଶ୍ରେଷ୍ଠ ୫୦ ତାଲିକାରେ ଭାରତୀୟ ବଂଶୋଦ୍ଭବ

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତୀୟ ବଂଶୋଦ୍ଭବମାନେ ସାରା ବିଶ୍ଵରେ ନିଜକୁ ପ୍ରମାଣିତ କରୁଛନ୍ତି । ଏମିତି ଜଣେ ଭାରତୀୟ ହେଉଛନ୍ତି ରାଜା କୃଷ୍ଣମୂର୍ତ୍ତି । ରିପୋର୍ଟ ଅନୁଯାୟୀ, ଆମେରିକାର ଚିକାଗୋ ମାଗାଜିନରେ ଚିକାଗୋର ୫୦ ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାମ ପ୍ରକାଶ ପାଇଛି। ଏହି ତାଲିକାରେ ରାଜ୍ କୃଷ୍ଣମୂର୍ତ୍ତି ୨୪ ନମ୍ବରରେ ରହିଛନ୍ତି।   ଚିକାଗୋ ହେଉଛି ଆମେରିକାର ସବୁଠାରୁ ବଡ ସହର । ଏହି ମାଗାଜିନରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ଇଲିନୋଇସ୍ ରାଜ୍ୟର ରାଜ୍ୟପାଳ ଜେ.ବି ପ୍ରିଟଜକର ପ୍ରଥମ ସ୍ଥାନରେ ଅଛନ୍ତି । ସେହିପରି ଦ୍ୱିତୀୟ ସ୍ଥାନରେ ଚିକାଗୋ ନଗର ମେୟର ବ୍ରେଣ୍ଡନ୍ ଜନସନ ସ୍ଥାନ ପାଇଛନ୍ତି । ୧୯୭୩  ଜୁଲାଇ ୧୯ରେ ଏକ ତାମିଲ ପରିବାରରେ ରାଜା କୃଷ୍ଣମୂର୍ତ୍ତି ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଇଲିନୋଇସର ବ୍ରାଡଲେ ୟୁନିଭରସିଟିର ପ୍ରଫେସର ଥିଲେ। ଯେତେବେଳେ ତାଙ୍କୁ ତିନିମାସ ହୋଇଥିଲା, ସେତେବେଳେ ତାଙ୍କ ପିତା ନୂଆଦିଲ୍ଲୀରୁ ନ୍ୟୁୟର୍କ ଆସିଥିଲେ । ୧୯୮୦ ଦଶକରେ କୃଷ୍ଣମୂର୍ତ୍ତିଙ୍କ ପରିବାର ନ୍ୟୁୟର୍କରୁ ଇଲିନାଁଇସକୁ ସ୍ଥାନାନ୍ତର ହୋଇଥିଲେ। ପତ୍ରିକା ଅନୁଯାୟୀ, ହାର୍ଭାର୍ଡରେ ଅଧ୍ୟୟନ କରିବା ପରେ କୃଷ୍ଣମୂର୍ତ୍ତି କିଛି ଦିନ ଆଇନ ଅଭ୍ୟାସ କରିଥିଲେ । ଏବଂ ୨୦୦୦ରେ ବାରାକ ଓବାମାଙ୍କ ପ୍ରଚାର ଅଭିଯାନରେ ଯୋଗ ଦେଇଥିଲେ। ୨୦୧୨ ମସିହାରେ କୃଷ୍ଣମୂର୍ତ୍ତି ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । କିନ୍ତୁ ସେତେବେଳେ ତାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।  ୨୦୧୬ ମସିହାରେ ସେ ଡିଷ୍ଟ୍ରିକ୍ଟ -୮ ଆସନରୁ ଜିତିଥିଲେ । ବର୍ତ୍ତମାନ କୃଷ୍ଣମୂର୍ତ୍ତି ଜଣେ ଆମେରିକାର ସାଂସଦ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories