ସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲ୍ଡିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମ

ଭୁବନେଶ୍ୱର: ଭବିଷ୍ୟତରେ ସ୍ମାର୍ଟ ଲିଭିଂକୁ ଅଗ୍ରଣୀ କରିବା ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲ୍ଡିଂ, ଆମ୍ପିଓ ପୋଲାଣ୍ଡ ସହ ମିଳିତ ହୋଇଛି । ଘରୋଇ ଅଟୋମେସନ୍ ଓ ସ୍ମାର୍ଟ ଲିଭିଂର ମାନ ବୃଦ୍ଧି କରିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ପୂର୍ବରୁ ଆର୍କିଟେକ୍ଟର ମିଟ୍‌ରେ ଏହି ପାର୍ଟନରସିପ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଥିଲା । ଏଥିରେ ଆର୍କିଟେକ୍ଟ, ଡିଜାଇନର ଓ ଶିଳ୍ପ ବିଶେଷଜ୍ଞମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଆବାସିକ ସ୍ଥାନ ଗୁଡିକରେ ଆରାମ ଓ ନିରାପତ୍ତା ପାଇଁ ପ୍ରସ୍ତୃତ ଅତ୍ୟାଧୁନିକ ଉତ୍ପାଦ ପ୍ରଦର୍ଶିତ ହୋଇଥିଲା । ଟ୍ରାଞ୍ଜେପ ସ୍ମାର୍ଟ ବିଲ୍ଡିଂର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆକାଶ ଝୁନ୍‌ଝୁନ୍‌ୱାଲା ଉତ୍ସାହ ପ୍ରକାଶ କରି କହିଥିଲେ ଯେ, ଆମ୍ପିଓ ପୋଲାଣ୍ଡ ସହ ସହଭାଗିତା ଲୋକମାନଙ୍କର ପରିବର୍ତ୍ତିତ ଜୀବନଶୈଳୀ ପାଇଁ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବ ବୋଲି ଲକ୍ଷ୍ୟ ରହିଛି । ଆମ୍ପିଓ ପୋଲାଣ୍ଡର କାର୍ଯ୍ୟନିର୍ବାହୀ ଅଧିକାରୀ ଆଲିନା କ୍ରୁସେଇଚ୍ କୋୱାଲେଭେସ୍କା ଏହି ସହଭାଗିତା ଉପରେ ଗୁରୁତ୍ୱାରୋପ କରି ସ୍ମାର୍ଟ ହୋମ୍ ଟେକ୍ନୋଲୋଜିକୁ ଆପଣେଇବା ପାଇଁ ସମସ୍ତଙ୍କୁ ପ୍ରୋତ୍ସାହିତ
କରିଥିଲେ । ଅଧିକ ବିବରଣୀ ପାଇଁ ଆମ୍ପିଓ ପୋଲାଣ୍ଡର ୱେବସାଇଟ୍ ପରିଦର୍ଶନ କରିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି ।

 

 

Comments are closed.