ନୂଆଦିଲ୍ଲୀ : ବଜାଜ ଅଟୋର ପୋର୍ଟଫୋଲିଓରେ ଏକମାତ୍ର ଇ-ସ୍କୁଟର ଚେତକ ଇଭି ଏପ୍ରିଲରେ ସବୁଠାରୁ ସଫଳ ମଡେଲ ରହିଛି । ଗତ ମାସରେ ଏହାର ୧୯,୨୧୬ ୟୁନିଟ୍ ବିକ୍ରି ହୋଇଛି । ୨୦୨୪ ଏପ୍ରିଲରେ ଏହାର ମାତ୍ର ୧୧,୧୨୧ ୟୁନିଟ୍ ବିକ୍ରି ହୋଇଥିଲା । ଏହିଭଳି ଏକ ବର୍ଷରେ ୮,୦୯୫ ୟୁନିଟ୍ ଅଧିକ ବିକ୍ରି ହୋଇଛି । ଏହାକୁ ୭୨.୭୯ ପ୍ରତିଶତ ବାର୍ଷିକ ବୃଦ୍ଧି ମିଳିଛି । କମ୍ପାନୀର ଡୋମେଷ୍ଟିକ୍ ସେଲ୍ରେ ଏହାର ମାର୍କେଟ ସେୟାର ବୃଦ୍ଧି ପାଇ ୧୦.୬୯ ପ୍ରତିଶତ ହୋଇଯାଇଛି । ଅର୍ଥାତ୍ ୧୦୦ରୁ ୧୦ ଗ୍ରାହକ ଏହାକୁ କ୍ରୟ କରୁଛନ୍ତି । ଏହା ଓଲାକୁ ନମ୍ବର-୧ ସ୍ଥାନରୁ ହଟାଇ ସାରିଛି ।
ଚେତକର ନୂଆ ୩୫ ସିରିଜ ସମ୍ପୂର୍ଣ୍ଣ ରୂପେ ନୂଆ ପ୍ଲାଟଫର୍ମ ଉପରେ ଆଧାରିତ । ଏଥିରେ ବଡ ୩.୫ କିଲୋଓ୍ବାଟ୍ ବ୍ୟାଟେରୀ ପ୍ୟାକ୍ ମିଳୁଛି । ଏଥିରେ ୩୫ ଲିଟର ଅଣ୍ଡର-ସିଟ୍ ଷ୍ଟୋରେଜ୍ ମିଳିପାରୁଛି ଯାହାକୁ ଅନ୍ୟ ଇ-ସ୍କୁଟର ତୁଳନାରେ ବହୁତ ଅଧିକ । ଥରେ ଫୁଲ ଚାର୍ଜ ହେଲେ ଏହା ୧୨୫ କିଲୋମିଟର ରେଞ୍ଜ ପ୍ରଦାନ କରିବ । ତେବେ କମ୍ପାନୀ ୧୫୩ କିଲୋମିଟର ରେଞ୍ଜ ଦାବି କରୁଛି । ୯୫୦ ଓ୍ବାଟ୍ ଚାର୍ଜରରେ ଏହା ବହୁତ ଶୀଘ୍ର ଚାର୍ଜ ହୋଇଥାଏ । ମାତ୍ର ସାଢେ ୩ ଘଣ୍ଟାରେ ଏହା ୮୦ ପ୍ରତିଶତ ଚାର୍ଜ ହୋଇଥାଏ ।
ଏହି ନୂଆ ସିରିଜରେ ଲମ୍ବା ସିଟ୍ ମିଳୁଛି ଉତ୍ତମ ଓ ଆରାମଦାୟକ ଯାତ୍ରା ପ୍ରଦାନ କରୁଛି । ଏଥିରେ ରିଭର୍ସ ମୋଡ୍ ମଧ୍ୟ ମିଳିବ ଯାହା ପାର୍କିଂକୁ ସହଜ କରୁଛି । ଏହି ସିରିଜରେ ଏକ କଲର ଟିଏଫଟି ଡିସପ୍ଲେ ମିଳିଥାଏ ଯାହା ଟର୍ଣ୍ଣ-ବାଏ-ଟର୍ଣ୍ଣ ନେଭିଗେସନ, କଲ୍ କଣ୍ଟ୍ରୋଲ ଓ ମ୍ୟୁଜିକ୍ ମ୍ୟାନେଜମେଣ୍ଟ ଫିଚର୍ ଦେଉଛି । ଏହି ସ୍କୁଟରର ସର୍ବାଧିକ ସ୍ପିଡ୍ ୭୩ କିଲୋମିଟର ପ୍ରତି ଘଣ୍ଟା । ଏଥିରେ ଇକୋ ଓ ସ୍ପୋର୍ଟ୍ସ ମୋଡ୍ ମଧ୍ୟ ମିଳିଥାଏ । କହିରଖୁଛୁ ଚେତକ ଇଲେକ୍ଟ୍ରିକକୁ ପ୍ରଥମେ ୨୦୧୯ରେ ଲଞ୍ଚ୍ କରାଯାଇଥିଲା । କମ୍ପାନୀ ଧିରେ ଧିରେ ସମୟାନୁସାରେ ଏହାକୁ ଅପଗ୍ରେଡ୍ କରିଛି ।
ବଡ ଖବର ; ଏଣିକି ଗୋଟିଏ ସିଟିଂରେ ହେବ ନିଟ୍-ପିଜି ପରୀକ୍ଷା -ସୁପ୍ରିମ ନିଷ୍ପତ୍ତି



