www.samajalive.in
Monday, December 8, 2025
24.1 C
Bhubaneswar

ଛେନା ଗଜା

ଆବଶ୍ୟକ ସାମଗ୍ରୀ :

କ୍ଷୀର (ଛେନା ପ୍ରସ୍ତୁତ ପାଇଁ) – ୧ ଲିଟର

- Advertisement -

ଲେମ୍ବୁ ରସ – ୨ଚାମଚ

ସୁଜି – ୨ଚାମଚ

ଚିନି – ୨କପ

ଗୋଲାପ ଜଳ – ଅଧା କପ୍

ତେଲ

ପ୍ରସ୍ତୁତ ପ୍ରଣାଳୀ :

ପ୍ରଥମେ ଗ୍ୟାସରେ ଏକ ପାତ୍ରରେ କ୍ଷୀର ଫୁଟାନ୍ତୁ। ତାପରେ ସେଥିରେ ଲେମ୍ବୁ ରସ ପକାଇ ଦିଅନ୍ତୁ। କ୍ଷୀର ଫାଟି ଛେନା ହୋଇଗଲା ପରେ ଗ୍ୟାସକୁ ବନ୍ଦ କରି ଦିଅନ୍ତୁ। ତାପରେ ଏକ ସଫା କପଡାରେ ଛେନାକୁ ଛାଣି ଅଳ୍ପ ଥଣ୍ଡା ପାଣି ଛିଞ୍ଚି ଦିଅନ୍ତୁ। ତାପରେ ଛେନାକୁ ଭଲ ଭାବେ ଚିପୁଡି ସେଥିରୁ ପାଣି ବାହାର କରି ଦିଅନ୍ତୁ। ଛେନାକୁ ଏକ ପାତ୍ରରେ କାଢି ରଖନ୍ତୁ। ସେଥିରେ ସୁଜି ମିଶାଇ ଚକଟି ଦିଅନ୍ତୁ। ମିଶ୍ରଣକୁ ୧୫ରୁ ୨୦ମିନିଟ ପର୍ଯ୍ୟନ୍ତ ଘୋଡାଇ ରଖନ୍ତୁ। ନିର୍ଦ୍ଧାରିତ ସମୟ ପରେ ମିଶ୍ରଣକୁ ଆଣି ଗଜା ଆକୃତିର କରନ୍ତୁ। ଗ୍ୟାସରେ କଡେଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ସେଥିରେ ଗଜାକୁ ଛାଣନ୍ତୁ। ତାର ଉଭୟ ପାର୍ଶ୍ବ ହାଲୁକା ସୁନେଲୀ ରଙ୍ଗର ହୋଇଯିବା ପରେ ତାକୁ ଏକ ପାତ୍ରରେ କାଢି ରଖନ୍ତୁ। ଏକ କଡେଇରେ ପାଣି ଓ ଚିନି ମିଶାଇ ସିରା ପ୍ରସ୍ତୁତ କରନ୍ତୁ। ତାପରେ ସିରା​‌ରେ ଅଳ୍ପ ଗୋଲାପ ଜଳ ପକାଇ ଗ୍ୟାସରୁ ତାକୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ କରିଥିବା ସିରାରେ ଗଜାକୁ କିଛି ସମୟ ବୁଡାଇ ରଖନ୍ତୁ। ତାପରେ ତାକୁ କାଢନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ଛେନା ଗଜା।

 

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories