www.samajalive.in
Saturday, December 6, 2025
23.1 C
Bhubaneswar

ମର୍ମନ୍ତୁଦ ଦୁର୍ଘଟଣା ; ଫୁଟପାତ୍‌‌ରେ ବସିଥିବା ୭ ମୃତ

ଚେନ୍ନାଇ : ତାମିଲନାଡୁର ତିରୁପଥୁରରେ ସୋମବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଫୁଟପାତ୍‌‌ରେ ବସିଥିବା ପ୍ରାୟ ୭ ଜଣଙ୍କୁ ଏକ ଭ୍ୟାନ ଧକ୍ମା ଦେବା ଫଳରେ ସେମାନଙ୍କ ମୃତ୍ୟୁ ଘଟିଛି। ମିଳିଥିବା ପ୍ରାଥମିକ ସୂଚନାନୁଯାୟୀ, ଏହି ଭ୍ୟାନ୍‌‌ଟି ରାସ୍ତା କଡରେ ଠିଆ ହୋଇଥିବା ବେଳେ ସେହି ସମୟରେ ଅନ୍ୟ ଏକ ଗାଡି ଭ୍ୟାନଟିକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଏହି ଭ୍ୟାନଟି ଫୁଟପାତ୍‌‌ରେ ଥିବା ଲୋକଙ୍କୁ ଧକ୍କା ଦେଇଥିଲା। ଫୁଟପାତ୍‌‌ରେ ବସିଥିବା ଲୋକେ ହିଁ ଏହି ଭ୍ୟାନରେ ଯାଇଥାଆନ୍ତେ ବୋଲି ପୁଲିସ ଠାରୁ ସୂଚନା ମିଳିଛି। ଭ୍ୟାନଟି ଖରାପ ହେବାରୁ ଏହାକୁ ଠିକ୍‌‌ କରିବା ପାଇଁ ରାସ୍ତା କଡରେ ରଖାଯାଇଥିଲା। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

 

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories