www.samajalive.in
Saturday, December 6, 2025
26.1 C
Bhubaneswar

ମନ୍ଦିର ସମ୍ମୁଖରେ ପଡିଛି ମୃତଦେହ ; ପୁଲିସର ତଦନ୍ତ ଆରମ୍ଭ

ଛତ୍ରପୁର : କାଳୀ ମନ୍ଦିର ସମ୍ମୁଖରେ ପଡିଛି ଯୁବକଙ୍କ ମୃତଦେହ। ଛତ୍ରପୁର ଥାନା ଜାତୀୟ ରାଜପଥ କାଳୀ ଢ଼ାବା ନିକଟ କାଳୀ ମନ୍ଦିର ସମ୍ମୁଖରୁ ଠାବ ହୋଇଛି ମୃତଦେହ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକ ଜଣକ ହେଲେ ଛତ୍ରପୁର ବିଦ୍ୟାଧର ନଗର ଅଂଚଳ ବାବୁଲା ବେହେରା ଏବଂ ତାଙ୍କ ନିଜ ଘର ଗଞ୍ଜାମ କାଇଁଚପୁର ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।
ଖବର ଅନୁଯାୟୀ, ଆଜି ସକାଳୁ ମନ୍ଦିର ନିକଟରେ ଜଣେ ଯୁବକଙ୍କ ମୃତଦେହ ପଡିଥିବାର ସ୍ଥାନୀୟଲୋକେ ଦେଖିଥିଲେ । ପରେ ଛତ୍ରପୁର ଥାନାକୁ ମୃତଦେହ ପଡିଥିବା ନେଇ ଖବର ଦିଆଯାଇଥିଲା । ଘଟଣାର ଖବର ପାଇ ଗଞ୍ଜାମ ଅତିରିକ୍ତ ଏସପି ପି. କେ. ଦଳେଇ, ଏସଡ଼ିପିଓ ଗୌତମ କିଷାନ, ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଅଧିକ ତଦନ୍ତ ପାଇଁ ସାଣ୍ଟିଫେଟିକ ଟିମ ପହଂଚି ଅଧିକ ଛାନଭିନ୍ କରିଛନ୍ତି । ଘଟଣା ସ୍ଥଳରେ ପଡ଼ିଥିବା ମଦ ପାଉଚ ଓ ଖାଦ୍ୟ ସାମଗ୍ରୀର ନମୁନା ସଂଗ୍ରହ କରିଛି ପୁଲିସ ।
ତେବେ ମୃତ ଯୁବକ ଏହି ସ୍ଥାନକୁ ଆସୁନଥିବା ବେଳେ କିପରି ଏଠାକୁ ଆସିଛନ୍ତି ତାହାର କାରଣ ଏବେ ସୁଦ୍ଧା ଜଣା ପଡିନାହିଁ । ଯୁବକଙ୍କର ମୃତ୍ୟୁ କିପରି ହେଲା, ତାହା ଅସ୍ପଷ୍ଟ ରହିଛି । ପୁଲିସ ସମସ୍ତ ଦିଗକୁ ନେଇ ଖୋଳତାଡ କରୁଛି  । ଏହା ହତ୍ୟା ନା ଆଉ କିଛି ଶବ ବ୍ୟବଛେଦ ରିପୋର୍ଟ ଆସିଲେ ପ୍ରକୃତ ସତ୍ୟତା ଜଣାପଡିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ଶବ ଜବତ ପରେ ବ୍ୟବଛେଦ ପାଇ ମେଡିକାଲ ପଠାଯାଇଛି ।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories