ସାରା ଦେଶରେ ୧୨୦୦ ଇଭି ଚାର୍ଜର ଲଗାଇବ ଏହି କମ୍ପାନୀ

ନୂଆଦିଲ୍ଲୀ : କେରଳର ଶକ୍ତି ପ୍ରୋଦ୍ୟଗିକୀ ଷ୍ଟାର୍ଟଅପ୍ ‘ଚାର୍ଜଏମଓଡି’ ଘୋଷଣା କରିଛି କି କମ୍ପାନୀ ସାରା ଭାରତରେ ୧୨୦୦ ଏବଂ କେରଳରେ ୬୦୦ ଇଲେକ୍ଟ୍ରିକ୍ ଗାଡି ଚାର୍ଜଂ ଷ୍ଟେସନ ଲଗାଇବ । କମ୍ପାନୀ ଚଳିତ ସପ୍ତାହରେ ଏକ ବୟାନରେ କହିଥିଲା କି ସେ ଭାରତର ବିଭିନ୍ନ ରାଜ୍ୟରେ ୧୦୦୦ ସ୍ଲୋ ଚାର୍ଜର ଓ ୨୦୦ ସ୍ପିଡ୍ ଚାର୍ଜର ଏବଂ କେରଳରେ ୫୦୦ ସ୍ଲୋ ଏବଂ ୧୦୦ ସ୍ପିଡ୍ ଚାର୍ଜର ସ୍ଥାପନ କରିବା ନେଇ ଯୋଜନା କରୁଛି ।

prayash

ବୟାନରେ କମ୍ପାନୀ କହିଛି କି ଏହି ବିସ୍ତାର କେରଳରେ ବର୍ତ୍ତମାନ ଥିବା ୧୫୦୦ ଚାର୍ଜିଂ ଷ୍ଟେସନ ଏବଂ ସାରା ଭାରତରେ ଥିବା ୨ ହଜାର ଷ୍ଟେସନ ବାଦ୍ ଅତିରିକ୍ତ ନିର୍ମାଣ ହେବ । କମ୍ପାନୀ କହିଛି କି ସେ ୧୨୦ କିଲୋଓ୍ବାଟରୁ ୩୪୦ କିଲୋଓ୍ବାଟ୍ ପର୍ଯ୍ୟନ୍ତ କ୍ଷମତା ବିଶିଷ୍ଟ ଅଲ୍ଟ୍ରା ଫାଷ୍ଟ ଚାର୍ଜର ସ୍ଥାପନ କରିବା ପାଇଁ ପ୍ରସ୍ତୁତ, ଯାହା ଫଳରେ ସାରା ଦେଶରେ ଇଲେକ୍ଟ୍ରିକ୍ ଗାଡି ଉପଭୋକ୍ତାଙ୍କୁ ସୁବିଧା ହେବ ।

 

Comments are closed.