www.samajalive.in
Wednesday, December 10, 2025
15.1 C
Bhubaneswar

ଚମ୍ପାଇ ସୋରେନଙ୍କ ଇସ୍ତଫା, କହିଲେ ଜେଏମଏମ ମୋ ପରିବାର ଭଳି ଥିଲା

ରାଞ୍ଚି: ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମଏମର ବରିଷ୍ଠ ନେତା ଚମ୍ପାଇ ସୋରେନ ଆଜି ଦଳ ସହ ସବୁ ସମ୍ପର୍କ ତୁଟାଇଛନ୍ତି। ଆଜି ଚମ୍ପାଇ ସୋରେନ ଜେଏମଏମ ଦଳର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆସନ୍ତାକାଲି ଶ୍ରୀ ସୋରେନ ବିଜେପିରେ ଯୋଗଦେବେ ବୋଲି ସୂଚନା ଦେଇଛନ୍ତି।

ଇସ୍ତଫା ଦେବା ପରେ ଶ୍ରୀ ସୋରେନ କହିଛନ୍ତି ଯେ ବର୍ତ୍ତମାନ ଜେଏମଏମ ତା’ର ପ୍ରକୃତ ଲକ୍ଷ୍ୟ ଓ ଆଭିମୁଖ୍ୟ ହରାଇ ସାରିଛି। ତାଙ୍କୁ ହେମନ୍ତ ସୋରେନଙ୍କ ନେତୃତ୍ୱାଧୀନ ଜେଏଏମ ଛାଡ଼ିବାକୁ ବାଧ୍ୟ କରାଯାଇଛି। ଜେଏମଏମ ମୋ ପରିବାର ଭଳି ଥିଲା। ମୁଁ ଦଳ ଛାଡ଼ିବି ବୋଲି କେବେ ହେଲେ ଭାବି ନଥିଲି।  ବର୍ତ୍ତମାନର କାର୍ଯ୍ୟଶୈଳୀ ଓ ନୀତିରେ ବିମୁଖ ହୋଇ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଛି ବୋଲି କହିଛନ୍ତି।

- Advertisement -

ଏଠାରେ ସୂଚନା ଯୋଗ୍ୟ ଯେ ଦୁର୍ନୀତି ଅଭିଯୋଗରେ ହେମନ୍ତ ସୋରେନ ଜେଲ ଯିବା ପରେ ଚମ୍ପାଇ ସୋରେନ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ହେମନ୍ତ ସୋରେନ ଜେଲରୁ ଜାମିନରେ ଆସିବା ପରେ ଚମ୍ପାଇଙ୍କୁ ହଟାଇ ପୁଣି ମୁଖ୍ୟମନ୍ତ୍ରୀ ହୋଇଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories