www.samajalive.in
Friday, December 12, 2025
14.1 C
Bhubaneswar

ଦ୍ୱିତୀୟଥର ପାଇଁ ଘୁଞ୍ଚିଲା ଚନ୍ଦ୍ରଯାନ-୨ ଉତ୍‌କ୍ଷେପଣ ତାରିଖ

ନୂଆଦିଲ୍ଲୀ: ଦ୍ୱିତୀୟ ଥର ପାଇଁ ଚନ୍ଦ୍ରଯାନ-୨ର ଉତ୍‌କ୍ଷେପଣ ତାରିଖକୁ ଘୁଞ୍ଚାଯାଇଥିବା ସୂଚନା ମିଳିଛି । ଚଳିତ ବର୍ଷ ଅକ୍ଟୋବରରେ ଏହାକୁ ଉତ୍‌କ୍ଷେପଣ କରିବାର ଥିଲା । ମାତ୍ର ଏହାକୁ ଆସନ୍ତା ବର୍ଷ ଜାନୁଆରୀ ମାସ ପର୍ଯ୍ୟନ୍ତ ଏହାକୁ ଘୁଞ୍ଚାଇ ଦିଆଯାଇଛି । ପ୍ରଥମେ ଏହାକୁ ଗତ ଏପ୍ରିଲ ମାସରେ ଉତ୍‌କ୍ଷେପଣ କରାଯିବାର ଯୋଜନା ଥିଲା । ପରେ ଏହାକୁ ଘୁଞ୍ଚାଯାଇ ଅକ୍ଟୋବର ମାସ କରାଯାଇଥିଲା । ଦ୍ୱିତୀୟ ଥର ପାଇଁ ଏହାର ଉତ୍‌କ୍ଷେପଣ ତାରିଖକୁ ପୁଣି ଘୁଞ୍ଚାଯାଇଛି ।

ଚଳିତ ବର୍ଷ ଇସ୍ରୋର ଦୁଇଟି କୃତ୍ରିମ ଉପଗ୍ରହ ଉତ୍‌କ୍ଷେପଣ ସଫଳ ହୋଇ ନ ଥିଲା ।  ଚନ୍ଦ୍ରଯାନ-୨ ର ସଫଳ ଉତ୍‌କ୍ଷେପଣ ଇସ୍ରୋ ପାଇଁ ଏକ ବଡ ଆହ୍ୱାନ । କାରଣ ଏହାପରେ ଇସ୍ରୋ ମଙ୍ଗଳଯାନ ମଙ୍ଗଳ ଗ୍ରହ ପାଇଁ ଉତ୍‌କ୍ଷେପଣ କରାଯିବାର ଯୋଜନା ରହିଛି । ଏହି କରାଣରୁ  ଚନ୍ଦ୍ରଯାନ-୨ ଉତ୍‌କ୍ଷେପଣରେ କୌଣସି ତ୍ରୁଟି ର ସାମ୍ନା ନ କରିବା ପାଇଁ ଏହାକୁ ଦ୍ୱିତୀୟଥର ପାଇଁ ଘୁଞ୍ଚାଯାଇଥିବା ଇସ୍ରୋର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଅକ୍ଟୋବର ଓ ନଭେମ୍ବର ମାସରେ ଏକ ଜାତୀୟ ସ୍ତରର ବିଶେଷଜ୍ଞ କମିଟି ଏହାର ଅନ୍ତିମ ଯାଞ୍ଚ କରିବେ । ଏହାପରେ ଜାନୁଆରୀରେ ଏହାର ଉତ୍‌କ୍ଷେପଣ କରାଯିବ ।

- Advertisement -

ଚନ୍ଦ୍ରର ଦକ୍ଷିଣ ମେରୁରେ ଏହା ଅବତରଣ କରିବ । ଚନ୍ଦ୍ରଯାନ-୨ ପାଇଁ ପ୍ରାୟ ୮୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ପ୍ରଥମ ଥର ପାଇଁ ଇସ୍ରୋ ଏକ ଲ୍ୟାଣ୍ଡ ରୋଭର ଚନ୍ଦ୍ରରେ ଅବତରଣ କରାଇବ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories