www.samajalive.in
Thursday, December 11, 2025
13.1 C
Bhubaneswar

ଖାଦ୍ୟ ସୁରକ୍ଷା ଯୋଜନାରେ ତିଦ୍ଦତିୟ ଶରଣାର୍ଥୀ ସାମିଲ , ଆରମ୍ଭ ହେଲା ରାସନ୍ ସାମଗ୍ରୀ ବଣ୍ଟନ

ଚାନ୍ଦିପୁଟ: ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ତିଦ୍ଦତିୟ ଶରଣାର୍ଥୀଙ୍କୁ ସାମିଲ କରାଯାଇଛି। ରବିବାର ଏହି ଯୋଜନାରେ ତିଦ୍ଦତିୟ ଶରଥାର୍ଥୀଙ୍କ ପାଇଁ ପ୍ରଥମ ଥର ନିମନ୍ତେ ରାସନ୍ ସାମଗ୍ରୀ ସାଧାରଣ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଗଜପତି ଜିଲାର ଚନ୍ଦ୍ରଗିରି ଓ ଆଖପାଖ ଅଞ୍ଚଳରେ ପାଞ୍ଚୋଟି କ୍ୟାମ୍ପରେ ବସବାସ କରିଆସୁଥିବା ତିଦ୍ଦତିୟ ଶରଣାର୍ଥୀମାନଙ୍କ ଲାଗି ଦୁଇ ବର୍ଷ ତଳେ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରାଯାଇ ଅନେକ ବାର୍ଦ୍ଧକ୍ୟ ହିତାଧିକାରୀ ଙ୍କୁ ମାସିକ ଭତ୍ତା ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ତେବେ ତିଦ୍ଦତିୟମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ୍ କରିବାକୁ ସରକାରଙ୍କ ନିକଟରେ ଦାବି କରାଯାଇଥିଲା। ଏହି ଦାବି ରାଜ୍ୟ ସରକାର ମାନି ନେଇ ଦିଦ୍ଦତିୟ ଶରଣାର୍ଥୀମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇଥିଲା। ଏଥିପାଇଁ ଗତ ସେପ୍ଟେମ୍ବର ମାସରେ ବ୍ଳକ ପ୍ରଶାସନ ପାଖରେ ଆବେଦନ କରାଯାଇଥିବା ବେଳେ, ଅକ୍ଟୋବର ମାସରେ ତିଦ୍ଦତିୟ ଶରଣାର୍ଥୀଙ୍କ ରାସନ୍ କାର୍ଡ ପଞ୍ଜିକୃତ ହୋଇଥିଲା ‌। ଜାନୁଆରୀ ଓ ଫେବୃଆରୀ ମାସର ରାସନ୍ ସାମଗ୍ରୀକୁ ଆଜି ବିଦ୍ଧିବଦ୍ଧ ଭାବ ସାଧାରଣ ବଣ୍ଟନ ବ୍ୟବସ୍ଥା ପ୍ରକ୍ରିୟାରେ ଆରମ୍ଭ କରାଯାଇଅଛି ।

- Advertisement -

ପ୍ରଥମ ପର୍ଯ୍ୟାୟରେ ମୋହନା ବ୍ଳକ ଚନ୍ଦ୍ରଗିରି, ଜିରାଙ୍ଗ, ଲବାରସିଂ ତିନୋଟି ପଞ୍ଚାୟତର ୧୧୨୦ ଟି ତିଦ୍ଦତିୟ ପରିବାରକୁ ସାମିଲ କରାଯାଇଥିବା ବେଳେ ଆଜି ଚନ୍ଦ୍ରଗିରି ପଞ୍ଚାୟତରେ ୭୬ଟି ତିଦ୍ଦତିୟ ଶରଣାର୍ଥୀ ପରିବାରକୁ ମୋହନା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତପସ୍ବିନୀ ହାଁସଦା ଉପସ୍ଥିତ ରହି ରାସନ୍ କାର୍ଡ ପ୍ରାପ୍ୟ ରସିଦ ବଣ୍ଟନ କରିଥିଲେ।

ଏହି ଅବସରରେ ଜିରାଙ୍ଗ ପଦ୍ମସମ୍ଭବ ବୌଦ୍ଧ ମନ୍ଦିରର ଲାମା ପେମା ଖେମ୍ପୋ ଯୋଗଦେଇ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ ଜଣାଇଛନ୍ତି। ଖାଦ୍ୟ ସାମଗ୍ରୀ ବଣ୍ଟନ ବେଳେ ସ୍ଥାନୀୟ ସରପଞ୍ଚଙ୍କ ସମେତ ବ୍ଳକ ଯୋଗାଣ ଅଧିକାରୀ ସୁବେନ୍ଦୁ ପାଣିଗ୍ରାହୀ ଉପସ୍ଥିତ ରହି ହିତାଧିକାରୀଙ୍କୁ ଚାଉଳ ଓ କିରୋସିନି ଖାଦ୍ୟ ସୁରକ୍ଷା ଯୋଜନାରେ ଯୋଗାଇଦିଆଯିବ ବୋଲି କହିଛନ୍ତି। ସରକାରଙ୍କ ଏହା ଏକ ଐତିହାସିକ ପଦକ୍ଷେପ ହୋଇଥିବା ବେଳେ ତିଦ୍ଦତିୟମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories