www.samajalive.in
Thursday, December 11, 2025
13.1 C
Bhubaneswar

ଲକ୍ଷ୍ମୀପୁର ପୁଲିସ ପକ୍ଷରୁ ଧରଡ଼ାରେ ଜନସଂପର୍କ ଶିବିର

ଲକ୍ଷ୍ମୀପୁର: କୋରାପୁଟ ଜିଲା ପୁଲିସ ପକ୍ଷରୁ ଲକ୍ଷ୍ମୀପୁର ଥାନା ଅଧୀନସ୍ଥ ଓଡିଆପେଣ୍ଠ ପଞ୍ଚାୟତର ଧରଡ଼ା ଠାରେ ଏକ ଜନସମ୍ପର୍କ ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି । ଏସଡିପିଓ ଅଶ୍ବିନୀ କୁମାର ନାୟକ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ସମ୍ମାନୀତ ଅତିଥି ଭାବେ ରିଜର୍ଭ ଇନ୍ସପେକ୍ଟର ସୁବାସ ଚନ୍ଦ୍ର ନାୟକ , ପୁର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା, ପୁର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ କୁମୁଦ ଚନ୍ଦ୍ର ସାଉନ୍ତା, ଓଡିଆପେଣ୍ଠ ସରପଞ୍ଚ ବଂଶୀଧର ମାଣ୍ଡିଙ୍ଗା, ଉପାଧ୍ୟକ୍ଷା ଆରତୀ କୁଲଦୀପ, ମନୋଜ ସାହୁ ଯୋଗଦେଇଥିଲେ। ଥାନା ଅଧିକାରୀ ଶ୍ବେତପଦ୍ମା ସେଠ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଶେଷକରି ପୁଲିସ ଓ ଜନସାଧାରଣଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ପାଇଁ ଜନ ସମ୍ପର୍କ ଶିବିର ଏକ ମାଧ୍ୟମ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ।

ଜନସାଧାରଣ ପୁଲିସର ସହଯୋଗ ଲୋଡ଼ିଲେ ସମସ୍ତ ସହଯୋଗ କରାଯିବ ବୋଲି ସେମାନେ କହିଥିଲେ। ବୃଦ୍ଧ ବୃଦ୍ଧାଙ୍କ ସହିତ ଲୋକମାନଙ୍କୁ କମଳ, ଲୁଙ୍ଗି, ଗାମୁଛା, ବେଡ୍ ସିଟ୍ ସହିତ ଛତା ବଣ୍ଟନ କରାଯାଇଥିଲା ବେଳେ ଛାତ୍ର ଛାତ୍ରୀ ମାନଙ୍କୁ ଖାତା, ପେନ, ସ୍କୁଲ ବ୍ଯାଗ୍, ରବର ବଣ୍ଟା ଯାଇଥିଲା। ଧରଡ଼ା ଉଚ୍ଚବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ଶିକ୍ଷକ ଏ. ରମେଶ କୁମାରଙ୍କ ନିର୍ଦେଶନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହି ଅବସରରେ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା। ଏଥିରେ ୮ଟି ଦଳ ଭାଗ ନେଇଥିଲେ। ଏମାନଙ୍କ ମଧ୍ୟରେ କେନ୍ଦୁୱାଡା ଦଳ ବିଜୟୀ ହୋଇଥିଲା ବେଳେ ଖାଲକଣା ଦଳ ରନର୍ସଅପ୍ ହୋଇଥିଲା।

- Advertisement -

ବିଜୟୀ ଦଳକୁ ସିଲ ପ୍ରଦାନ କରାଯାଇବା ବେଳେ ସବୁ ଦଳକୁ ଜର୍ସି ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଏଏସଆଇ ପଞ୍ଚାନନ ଶତପଥୀ, ମାନସ ରଞ୍ଜନ ପ୍ରଧାନଙ୍କ ସହିତ ଥାନାର କର୍ମଚାରୀ ଗ୍ରାମର କିଛି ବ୍ଯକ୍ତି ବିଶେଷ ଏଥିରେ ସହଯୋଗ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories