ବିଜେପି ଛାଡିଲେ ଚନ୍ଦନ ମିତ୍ର ; ତୃଣମୂଳରେ ଯୋଗଦେବେ

0

ନୂଆଦିଲ୍ଲୀ : ପୂର୍ବତନ ରାଜ୍ୟସଭା ସଦସ୍ୟ ତଥା ପାୟୋନିୟରର ସଂପାଦକ ଚନ୍ଦନ ମିତ୍ର ବିଜେପିରୁ ଇସ୍ତଫା ଦେଇଛନ୍ତି। ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କ ଘନିଷ୍ଠ ସହଯୋଗୀ ଶ୍ରୀ ମିତ୍ର ମୋଦୀ-ଶାହାଙ୍କ ନେତୃତ୍ୱରେ କଣଠେସା ହୋଇ ଦଳ ଛାଡିଥିବା କୁହାଯାଉଛି । ତେବେ ସେ ଖୁବ୍‍ ଶ୍ରୀଘ୍ର ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସରେ ଯୋଗଦେବେ ବୋଲି ଶୁଣାଯାଉଛି।
ତେବେ ଦୁଇଥର ରାଜ୍ୟସଭା ସଦସ୍ୟ ଥିବା ଶ୍ରୀ ମିତ୍ରଙ୍କ ଇସ୍ତଫା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଗ୍ରହଣ କରିଛନ୍ତି କି ନାହିଁ ତାହା ସରକାରୀ ଭାବେ ସ୍ପଷ୍ଟ କରାଯାଇ ନାହିଁ।
୨୦୦୩ ଏବଂ ୨୦୧୬ରେ ଶ୍ରୀ ମିତ୍ର ୨ଥର ରାଜ୍ୟସଭାକୁ ମନୋନିତ ହୋଇଥିଲେ। ୨୦୧୪ରେ ସେ ପଶ୍ଚିମବଙ୍ଗର ହୁଗୁଳି ଲୋକସଭା ଆସନରୁ ପ୍ରତିଦ୍ୱନ୍ଦିତା କରିଥିଲେ ମଧ୍ୟ ତୃଣମୂଳ କଂଗ୍ରେସ ପ୍ରାର୍ଥୀଙ୍କଠାରୁ ପରାସ୍ତ ହେବା ସହ ନିଜର ଅମାନତ ହରାଇଥିଲେ।

Leave A Reply