ନୂଆଦିଲ୍ଲୀ : ଦେଶରେ ପାର୍ବଣ ଉତ୍ସବ ଆରମ୍ଭ ହୋଇଥିବାବେଳେ ରାଜଧାନୀ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ଘଟାଇବାକୁ ବିଭିନ୍ନ ସଂଗଠନ ପକ୍ଷରୁ ଯୋଜନା ହୋଇଛି। ଆତଙ୍କବାଦୀଙ୍କ ଯୋଜନା ସମ୍ପର୍କରେ ଗୁଇନ୍ଦା ବିଭାଗ ଦିଲ୍ଲୀ ପୁଲିସକୁ ସୂଚନା ଦେଇଛି। ଗୁଇନ୍ଦା ବିଭାଗର ସୂଚନା ମିଳିବା ପରେ ଦିଲ୍ଲୀରେ ଉଚ୍ଚସତର୍କତା (ହାଇଆଲର୍ଟ) ଜାରି କରାଯାଇଛି। ବିମାନବନ୍ଦର, ରେଳଷ୍ଟେସନ, ବସ୍ ରହଣିସ୍ଥଳ ଓ ମନ୍ଦିରଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଦିଲ୍ଲୀ ପୁଲିସ ଆୟୁକ୍ତ ରାକେଶ ଆସ୍ଥାନା ବରିଷ୍ଠ ଅଧିକାରୀଙ୍କ ସହିତ ସୁରକ୍ଷା ବିଷୟରେ ଆଲୋଚନା କରିଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତା ନେବା ପୂର୍ବକ ଆତଙ୍କବାଦୀ ଆକ୍ରମଣକୁ କିପରି ରୋକା ଯାଇପାରିବ ତା’ ଉପରେ ବରିଷ୍ଠ ଅଧିକାରୀମାନେ ବିଚାର କରିଛନ୍ତି। ସ୍ଥାନୀୟ ଲୋକଙ୍କ ସହଯୋଗ ବିନା ଆତଙ୍କବାଦୀମାନେ ଆକ୍ରମଣ ଘଟାଇବା ସମ୍ଭବ ନୁହେଁ ବୋଲି ଆସ୍ଥାନା କହିଛନ୍ତି। ତେଣୁ ସାଇବରକେଫ, ରାସାୟନିକ ସାମଗ୍ରୀ ଦୋକାନ, ଗାଡି ରହଣିସ୍ଥଳ, ସ୍କ୍ରାପ୍ ଓ କାର୍ ଡିଲର ଆଦିଙ୍କୁ କଡାକଡି ଯାଞ୍ଚ କରିବାକୁ କୁହାଯାଇଛି। ସୂଚନା ଅନୁଯାୟୀ ଆତଙ୍କବାଦୀମାନେ ପେଟ୍ରୋଲ ପମ୍ପ କିମ୍ବା ପେଟ୍ରୋଲ ଟ୍ୟାଙ୍କରକୁ ନିଶାଣ କରି ଆକ୍ରମଣ ଘଟାଇପାରନ୍ତି।
ଆତଙ୍କବାଦୀ ଆକ୍ରମଣ ଆଶଙ୍କା ; ଦିଲ୍ଲୀରେ ଉଚ୍ଚ ସତର୍କତା ଜାରି
Popular Categories



