www.samajalive.in
Sunday, December 14, 2025
26.1 C
Bhubaneswar

ଭଉଁରି ତିଥିରେ ଚକଡେରା ନୀତି ସମ୍ପନ୍ନ

ପୁରୀ : ତିନି ରଥର ତିନୋଟି ଅଖରେ ରବିବାର ଛଅଟି ଚକ ସଂଯୋଗ କରାଯାଇଛି। ପରମ୍ପରା ଅନୁଯାୟୀ ଭଉଁରି ତିଥିରେ ଶ୍ରୀକ୍ଷେତ୍ରରେ ସମ୍ପନ୍ନ ହୋଇଛି ଚକଡେରା ନୀତି। ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସକାଳଧୂପ ଶେଷହେବା ପରେ ଦିନ ୧୧ଟା ୫୦ରେ ତିନିଜଣ ପୂଜାପଣ୍ଡା ସେବକ ତିନି ଠାକୁରଙ୍କ ଶ୍ରୀଅଙ୍ଗଲାଗି ଆଜ୍ଞାମାଳ ସହ ରଥଖଳାକୁ ଯାଇଥିଲେ। ଅଖରେ ଚକଡେରା ପାଇଁ ସେମାନେ ତିନିରଥ ମୁଖ୍ୟ ମହାରଣାଙ୍କୁ ଆଜ୍ଞାମାଳ ପ୍ରଦାନ କରିଥିଲେ। ପରେ ଭୋଇ ସେବକମାନେ ତିନିରଥର ଗୋଟିଏ ଲେଖାଏ ଅଖରେ ଦୁଇଟି ଲେଖାଏ ଚକ ଲାଗି କରିଥିଲେ। ଚକଡେରା ନୀତି ଦେଖିବାକୁ ବଡ଼ଦାଣ୍ଡରେ ଭକ୍ତଙ୍କ ପ୍ରବଳ ଭିଡ ହୋଇଥିଲା। ‘ଜୟ ଜଗନ୍ନାଥ’ ଧ୍ବନିରେ ରଥଖଳା ପ୍ରକମ୍ପିତ ହୋଇଥିଲା।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଜିଲାପାଳ ତଥା ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମା, ଆରକ୍ଷୀ ଅଧୀକ୍ଷକ କନୱର ବିଶାଲ ସିଂହଙ୍କ ସମେତ କେତେକ ପରିଚାଳନା କମିଟି ସଭ୍ୟ ଉପସ୍ଥିତ ଥିଲେ। ଅକ୍ଷୟ ତୃତୀୟାଠାରୁ ରଥ ନିର୍ମାଣ ଆରମ୍ଭ ହୋଇଛି। ଭଉଁରି ତିଥିରେ ତିନୋଟି ଅଖରେ ୬ଟି ଚକ ଲଗାଯିବା ବିଧି ରହିଛି। ଆଗାମୀ ଜୁଲାଇ ୧ତାରିଖ ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ପୁରୀ ରଥଯାତ୍ରା ଅନୁଷ୍ଠିତ ହେବ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories