www.samajalive.in
Thursday, December 11, 2025
18.1 C
Bhubaneswar

ଚୈତ୍ର ନବରାତ୍ରୀ : କରନ୍ତୁ ନାହିଁ ଏହି ଭୁଲ୍‍

ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଚୈତ୍ର ମାସର ଆରମ୍ଭ ହୋଇ ସାରିଛି। ଚୈତ୍ର ମାସରେ ମୁଖ୍ୟ ପର୍ବ ହେଉଛି ଚୈତ୍ର ନବରାତ୍ରୀ। ଏହାକୁ ସାରା ଦେଶରେ ଧୂମଧାମ ସହ ବେଶ ନୀତିନିୟମରେ ପାଳନ କରାଯାଏ। ଚଳିତ ବର୍ଷ ଚୈତ୍ର ନବରାତ୍ରୀ ପର୍ବ ୨ ଏପ୍ରିଲ, ୨୦୨୨ ରୁ ଆରମ୍ଭ ହୋଇ ୧୧ ଏପ୍ରିଲ ଯାଏଁ ପାଳନ ହେବ। ନବରାତ୍ରୀ ସମୟରେ ମା’ ଦୁର୍ଗାଙ୍କ ନଅଟି ରୂପକୁ ପୂଜାର୍ଚ୍ଚନା କରାଯାଏ। ମା’ଙ୍କୁ ସୁଖସମୃଦ୍ଧି ଓ ଧନର ଦେବୀ ବୋଲି କୁହାଯାଏ। ଧାର୍ମିକ ମାନ୍ୟତା ଅନୁଯାୟୀ, ନବରାତ୍ରୀ ସମୟରେ ସମ୍ପୂର୍ଣ୍ଣ ଶ୍ରଦ୍ଧାଭାବରେ ମା’ଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ଖୁବ ଶୁଭଫଳ ମିଳିଥାଏ। ମନସ୍କାମନା ପୂରଣ ହୋଇଥାଏ। ମାତ୍ର ଏହି ନବରାତ୍ରୀ ସମୟରେ ଏପରି କିଛି କାର୍ଯ୍ୟ ରହିଛି, ଯାହା କରିବା ଉଚିତ ନୁହେଁ। ଏହା ଦ୍ୱାରା ନକରାତ୍ମକ ପ୍ରଭାବ ପଡିଥାଏ। ଜାଣନ୍ତୁ….
ନବରାତ୍ରୀ ସମୟରେ ଘରେ ପ୍ରସାଦର ଖୁବ ମହତ୍ତ୍ୱ ରହିଛି। ଭଗବାନଙ୍କ ନିକଟରେ ପ୍ରସାଦ ଅର୍ପଣ କରିବା ସମୟରେ ସାତ୍ତ୍ୱିକ ଜିନିଷର ବ୍ୟବହାର କରନ୍ତୁ। ତେଣୁ ଏହି ସମୟରେ ରସୁଣ ପିଆଜର ସେବନ କରନ୍ତୁ ନାହିଁ।
ଏହି ସମୟରେ ଆମିଷ ସେବନ କରନ୍ତୁ ନାହିଁ।
ଘରେ କେହି ନିଶାଦ୍ରବ୍ୟର ସେବନ କରନ୍ତୁ ନାହିଁ।
ଧାର୍ମିକ ମାନ୍ୟତା ଅନୁଯାୟୀ, ବ୍ରତ ପାଳନ କରୁଥିଲେ କେଶ,ଦାଢି କାଟନ୍ତୁ ନାହିଁ। ଏହି ସମୟରେ କେଶ ଓ ଦାଢି କାଟିଲେ ଭବିଷ୍ୟତରେ ଏହାର ନକରାତ୍ମକ ପ୍ରଭାବ ପଡିଥାଏ।
ନବରାତ୍ରୀ ସମୟରେ ନଖ ମଧ୍ୟ କାଟନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ। ନବରାତ୍ରୀ ପୂର୍ବରୁ ନଖ କାଟି ପାରିବେ।
ନବରାତ୍ରୀ ସମୟରେ କୌଣସି ଚମଡା ଜାତୀୟ ଜିନିଷ ବ୍ୟବହାର କରନ୍ତୁ ନାହିଁ। ବେଲ୍ଟ,ଜୋତା, ପର୍ସ ଆଦିର ବ୍ୟବହାର କରନ୍ତୁ ନାହିଁ।

 

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories