www.samajalive.in
Tuesday, November 18, 2025
16.1 C
Bhubaneswar

କେନ୍ଦ୍ରୀୟ ଯୋଜନା ଗରିବ, ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିଛି

ଭୁବନେଶ୍ୱର : ବିଗତ କିଛି ବର୍ଷ ଭିତରେ କେନ୍ଦ୍ର ସରକାରଙ୍କ ଏକାଧିକ ଯୋଜନାର ସଫଳ କାର୍ଯ୍ୟକାରିତା ଯୋଗୁଁ ଗ୍ରାମାଞ୍ଚଳ ଅର୍ଥନୀତିରେ ବ୍ୟାପକ ପରିବର୍ତ୍ତନ ଘଟିଛି। ସବୁଠୁଁ ଗରିବ ଓ ମହିଳାଙ୍କ ଜୀବନର ମାନରେ ଉନ୍ନତି ଘଟିଛି। ଆୟୁଷ୍ମାନ ଯୋଜନାଠାରୁ ଆରମ୍ଭ କରି ଆବାସ, ପାନୀୟ ଜଳ, ବିଦ୍ୟୁତ୍‌, ଉଜ୍ଜ୍ୱଳା ଆଦି ଯୋଜନା ମାଧ୍ୟମରେ ଲୋକଙ୍କ ଜୀବନଶୈଳୀ ବଦଳିଛି। ସାଧାରଣ ଲୋକେ ଗତ ୬୦ରୁ ୭୦ ବର୍ଷ ଭିତରେ ଯେଉଁ ସୁବିଧା ପାଉ ନଥିଲେ ତାହା ଏବେ ସମ୍ଭବ ହୋଇଛି। ବିଶେଷକରି ଆବାସ, ଜାଳେଣି, ପାନୀୟ ଜଳ, ଶୌଚାଳୟ ଅଭାବରୁ ଗ୍ରାମାଞ୍ଚଳର ମହିଳା ବହୁ ବର୍ଷ ଧରି ଅନେକ ସମସ୍ୟାର ସମ୍ମୁଖୀନ ହେଉଥିଲେ। କେନ୍ଦ୍ର ସରକାରଙ୍କ ଦ୍ୱାରା ଆବାସ ଯୋଜନା ସମେତ ଉଜ୍ଜ୍ୱଳା, ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ରମ ଦ୍ୱାରା ସେମାନଙ୍କ ଜୀବନରେ ଗୁଣାତ୍ମକ ଉନ୍ନତି ଘଟିଛି ବୋଲି କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ସିଂ ଠାକୁର।
ନୂଆଦିଲ୍ଲୀରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା କାଳରେ ଓଡ଼ିଶାରେ ଚାଲିଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନା କିଭଳି ସଫଳ ହୋଇଛି ସେ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଠାକୁର କହିଥିଲେ ଯେ ମହିଳାଙ୍କ ପାଇଁ ବର୍ଷ ବର୍ଷ ଧରି ଶୌଚାଳୟ ସୁବିଧା ନଥିଲା, ସେମାନେ ଜାଳେଣି ଓ ପାଣି ସଂଗ୍ରହ ପାଇଁ ଦୀର୍ଘ ସମୟ ଘରୁ ପଦାକୁ ଯାଉଥିଲେ। କିନ୍ତୁ ଏସବୁ ସୁବିଧା ଏବେ ସେମାନଙ୍କ ହାତ ପାଆନ୍ତାରେ। ଗ୍ରାମାଞ୍ଚଳର ସାଧାରଣ ମଣିଷଙ୍କ ଜୀବନରେ ବାସ୍ତବରେ କିଭଳି ଉନ୍ନତି ଘଟିଛି ସେ ବିଷୟ ଗଣମାଧ୍ୟମରେ ସ୍ଥାନ ପାଇବା ଆବଶ୍ୟକ। କେନ୍ଦ୍ର ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ଆକାଂକ୍ଷୀ ଜିଲା କାର୍ଯ୍ୟକ୍ରମ ବିଷୟରେ ସେ କହିଥିଲେ ଯେ, ଅନୁନ୍ନତ ଅଞ୍ଚଳର ଜନସାଧାରଣ ଯେପରି ସମାଜର ମୁଖ୍ୟସ୍ରୋତକୁ ଫେରିବେ ଏବଂ ବିକାଶମୂଳକ କାର୍ଯ୍ୟକ୍ରମ ସେମାନଙ୍କ ପାଖରେ ପହଞ୍ଚିବ ସେ ଦିଗରେ ପଦକ୍ଷେପ ନିଆଯାଉଛି।
ଦାରିଦ୍ର୍ୟ, ବେକାରୀ ଓ କୁପୋଷଣ ଭଳି ସମସ୍ୟା ଥିବା କଳାହାଣ୍ଡି, ମାଲକାନଗିରି ଜିଲାରେ ପୁଷ୍ଟିହୀନତା ଦୂର ପାଇଁ ପୋଷଣ, ମିଲେଟ ମିଶନ ଭଳି କାର୍ଯ୍ୟକ୍ରମ ବେଶ୍‌ ସଫଳ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂତନ ଭାବେ କାର୍ଯ୍ୟକାରୀ ଯୋଜନା ଧାର୍ଯ୍ୟ ସମୟସୀମାରେ କିପରି ଲକ୍ଷ୍ୟ ହାସଲରେ ସଫଳ ହେବ ତା’ ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ପ୍ରଶାସନିକ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବାକୁ ଜ୍ଞାନକୌଶଳ ପ୍ରୟୋଗ ସହିତ ଆଧାର କାର୍ଡ ଏବଂ ଜନଧନ ଯୋଜନା ତୃଣମୂଳସ୍ତରରେ ଗ୍ରାମାଞ୍ଚଳ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିପାରିଛି।
ବିଭିନ୍ନ ସଂସ୍କାରଧର୍ମୀ କାର୍ଯ୍ୟକ୍ରମ ଜରିଆରେ ଦୀର୍ଘ ୫୦ବର୍ଷ ଧରି ପ୍ରଚଳିତ ପୁରୁଣା ଶ୍ରମ ଆଇନରେ ପରିବର୍ତ୍ତନ କରାଯାଇଛି। କୋଭିଡ୍‌ କାଳରେ କେତେକ ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ଆମଦାନୀ ହ୍ରାସ ସହିତ ରପ୍ତାନି ବଢ଼ିଛି। ଅଧିକାଂଶ କେନ୍ଦ୍ରୀୟ ଯୋଜନା ଗ୍ରାମାଞ୍ଚଳଭିତ୍ତିକ ହୋଇଥିବାବେଳେ ଏଗୁଡ଼ିକର ସଫଳ କାର୍ଯ୍ୟକାରିତା ଓ ସାମାଜିକ ଜୀବନରେ ଏହାର ପ୍ରଭାବ ଗଣମାଧ୍ୟମରେ ସ୍ଥାନିତ କରିବା ସପକ୍ଷରେ କେନ୍ଦ୍ରମନ୍ତ୍ରୀ ମତ ରଖିଥିଲେ।

Hot this week

ଯାଜପୁର ଜିଲା ଜଖପୁର ଜଙ୍କସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ସମାଜଲାଇଭ ଡେସ୍କ: ଯାଜପୁର ଜିଲା ଜଖପୁର ଜଙ୍କସନରେ ସୋମବାର ରାତିରେ ଏକ...

ପରଲୋକରେ ତାରକା କଣ୍ଠଶିଳ୍ପୀ ହ୍ୟୁମାନ୍‌‌ ସାଗର

କଟକ: ଓଡ଼ିଆ ସଙ୍ଗୀତ ଜଗତର ଉଦୀୟମାନ ଗାୟକ ତଥା ତାରକା କଣ୍ଠଶିଳ୍ପୀ...

୫୦ ବର୍ଷ ପରେ ପ୍ରେକ୍ଷାଳୟକୁ ଫେରୁଛି ‘ଶୋଲେ’

ମୁମ୍ବାଇ ୧୭/୧୧: ଭାରତୀୟ ସିନେମାର କ୍ଲାସିକ୍ ଫିଲ୍ମ "ଶୋଲେ" ପୁଣି ଥରେ ବଡ଼...

ଷ୍ଟେସନରୁ ୮ ଶ୍ରମିକ ଓ ୫ ଶିଶୁ ଉଦ୍ଧାର, ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳ ଷ୍ଟେସନ ଅଞ୍ଚଳରୁ ୮ଜଣ ଦାଦନ ଶ୍ରମିକଙ୍କ ସହ...

ଦିଲ୍ଲୀ ବିସ୍ଫୋରଣ: ସହଯୋଗୀ ଷଡ଼ଯନ୍ତ୍ରକାରୀ ଆତଙ୍କୀ ଗିରଫ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ସହଯୋଗୀ...

Related Articles

Popular Categories