ଏସଡ଼ିଏମଙ୍କୁ ଧମକ ‘ଖବରଦାର, ନାଟକ କରନି’ – କେନ୍ଦ୍ର ମନ୍ତ୍ରୀଙ୍କ ବିରୁଦ୍ଧରେ ଏତଲା ଦାୟର

ବିହାର: ବିହାରର ବକ୍ସର ଜିଲ୍ଲା ଏସଡ଼ିଏମଙ୍କ ସହ ଦୁର୍ବ୍ୟବହାର ମାମଲାରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ କୁମାର ଚୋୖବେଙ୍କ ସମେତ ୧୫୦ ଜଣଙ୍କ ବିରୁଦ୍ଧରେ ବିଭିନ୍ନ ଧାରାରେ ଏତଲା ଦାୟର କରାଯାଇଛି। ସେମାନଙ୍କ ମଧ୍ୟରେ ବିଜେପି ନେତା ରାଣା ପ୍ରତାପ ସିଂହଙ୍କ ନାଁ ମଧ୍ୟ ସାମିଲ ଅଛି।

ସୂଚନା ଅନୁଯାୟୀ, କେନ୍ଦ୍ର ମନ୍ତ୍ରୀ ତଥା ବକ୍ସରରୁ ବିଜେପି ପ୍ରାର୍ଥୀ ହୋଇଥିବା ଅଶ୍ୱିନୀ କୁମାର ଚୋୖବେ, ଏସଡ଼ିଏମ କେ.କେ.ଉପାଧ୍ୟାୟଙ୍କୁ ଦୁର୍ବ୍ୟବହାର କରାଯାଇଥିବା ନେଇ ଏହି ଏତଲା ଦାୟର କରାଯାଇଛି। ସରକାରୀ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରିବା, ଅଶାଳୀନ ଭାଷା ପ୍ରୟୋଗ କରିବା ଏବଂ ନିର୍ବାଚନ ଆଚରଣ ବିଧି ଲଙ୍ଘନ କରିବା ଭଳି ଅଭିଯୋଗ ଚୋୖବେଙ୍କ ବିରୁଦ୍ଧରେ ଏତଲାରେ ଦର୍ଶାଯାଇଛି।

ସୂଚନା ଯୋଗ୍ୟ, ଶନିବାର ଦିନ ଅଶ୍ୱିନୀ କୁମାର ଚୋୖବେ ନିର୍ବାଚନ ଆଚରଣ ବିଧି ଲଙ୍ଘନ କରି ଶୋଭାଯାତ୍ରା କରୁଥିବା ବେଳେ ଏସଡ଼ିଏମ କେ.କେ.ଉପାଧ୍ୟାୟ ଶୋଭାଯାତ୍ରାକୁ ଅଟକାଇ ଥିଲେ। ଏଥିରେ ମନ୍ତ୍ରୀ ଚୋୖବେ ଉତକ୍ଷିପ୍ତ ହୋଇ ଏସଡ଼ିଏମଙ୍କୁ ଗାଳି ଗୁଲଜ କରିଥିଲେ। ସାମାଜିକ ଗଣମାଧ୍ୟମରେ ଭାଇରାଲ ଭିଡିଓରେ ମନ୍ତ୍ରୀ ଚୋୖବେ ଏସଡ଼ିଏମଙ୍କୁ ଧମକ ଦେଇ ‘ଖବରଦାର, ନାଟକ କରନି’ କହୁଥିବା ଜଣାପଡିଛି।

Comments are closed.