www.samajalive.in
Saturday, December 6, 2025
19.1 C
Bhubaneswar

ଟ୍ରମ୍ପଙ୍କ ଅଭେଦ୍ୟ ସୁରକ୍ଷା ପଛରେ ରହିଛି ଏପରି ବ୍ୟବସ୍ଥା

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଦୁନିଆର ସବୁଠୁ ସୁରକ୍ଷିତ। ତାଙ୍କ ପାଇଁ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥାଏ, ଯାହା ହୁଏତ ଅନ୍ୟ କୌଣସି ଦେଶର ରାଷ୍ଟ୍ରମୁଖ୍ୟଙ୍କ ପାଇଁ କରାଯାଉ ନ ଥିବ। ଆମେରିକାର ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ପାଇଁ ଏମିତି କିଛି ବ୍ୟବସ୍ଥା ରହିଛି, ଯାହାକୁ କେହି ଭେଦିବା ଅତ୍ୟନ୍ତ କଷ୍ଟସାଧ୍ୟ ଏବଂ ଅସମ୍ଭବ ମଧ୍ୟ। ତେବେ ଏହି ଅଭେଦ୍ୟ ସୁରକ୍ଷା ପଛରେ ଯିଏ କାମ କରୁଛି ତାହା ହେଉଛି ‘CCC’। ଏହି ୩ଟି ‘C’ ହେଉଛି ସାଟେଲାଇଟ୍‌, ସିଆଇଏ ଏବଂ ସୋର୍ସ। ଏହି ୩ଟି ୟୁନିଟ୍‌ ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ଅଭେଦ୍ୟ କରିଦିଏ। ରାଷ୍ଟ୍ରପତିଙ୍କ ବିଦେଶ ଗସ୍ତ ସମୟରେ ଯେଉଁ ଗ୍ରାଉଣ୍ଡ ସିକ୍ୟୁରିଟି ଡାଟା ରିପୋର୍ଟ ପ୍ରସ୍ତୁତ କରାଯାଏ, ତାହାର ସତ୍ୟତା ଜାଣିବା ଲାଗି ‘CCC’ ର ସହାୟତା ନିଆଯାଇଥାଏ।

ଟ୍ରମ୍ପ କୌଣସି ଦେଶକୁ ଗସ୍ତ କଲେ ତାଙ୍କର ସୁରକ୍ଷା ଲାଗି ସେଠାକାର ପୁଲିସ, ଗୁଇନ୍ଦା ସଂସ୍ଥା ଯେଉଁ ଗ୍ରାଉଣ୍ଡ ରିପୋର୍ଟ ଦିଅନ୍ତି, ତାହାକୁ ସିଆଇଏ(ଆମେରିକା ଗୁଇନ୍ଦା ସଂସ୍ଥା) ସହଜରେ ଭରସା କରେନାହିଁ। ସାଟେଲାଇଟ୍‌, ସିଆଇଏ ଏବଂ ସୋର୍ସର ସହାୟତାରେ ଉକ୍ତ ଗ୍ରାଉଣ୍ଡ ରିପୋର୍ଟର ସତ୍ୟତା ପରଖାଯାଏ। ଯେପର୍ଯ୍ୟନ୍ତ ଏହି ୩ଟି ୟୁନିଟ୍‌ରୁ ସବୁଜ ସଙ୍କେତ ମିଳି ନ ଥାଏ, ସେପର୍ଯ୍ୟନ୍ତ ଟ୍ରମ୍ପ ଗାଡ଼ିରୁ ପାଦ ବି ବାହାରକୁ ବାହାର କରନ୍ତି ନାହିଁ।

- Advertisement -

ଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ ସୁରକ୍ଷା ପ୍ରତିରକ୍ଷା ସଂସ୍ଥାର ଉଚ୍ଚପଦସ୍ଥ ସୂତ୍ର ଅନୁସାରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ପାଇଁ ସିଆଇଏର ସ୍ବତନ୍ତ୍ର ସାଟେଲାଇଟ୍‌ ଭାରତ ପହଞ୍ଚି ସାରିଛି। ଏସବୁ ସାଟେଲାଇଟ୍‌କୁ ‘CCC’ର ଅଂଶ ବୋଲି କୁହାଯାଏ। ଏହି ସାଟେଲାଇଟ୍‌ କେବଳ ଟ୍ରମ୍ପଙ୍କ ଗସ୍ତ ପାଇଁ ଆସିଛନ୍ତି। ଏମାନଙ୍କୁ ଭାରତରେ ରହିବା ଲାଗି ଫେବୃୟାରୀ ୨୫ ପର୍ଯ୍ୟନ୍ତ ମଞ୍ଜୁରୀ ମିଳିଛି। ଟ୍ରମ୍ପ ନିଜ ଦେଶକୁ ଫେରିବା କ୍ଷଣି ସାଟେଲାଇଟ୍‌ଗୁଡ଼ିକୁ ପ୍ରତ୍ୟାହାର କରିନିଆଯିବ। ଦିଲ୍ଲୀ ବ୍ୟତୀତ ଆଗ୍ରା ଏବଂ ଅହମ୍ମଦାବାଦରେ ବି ଏଭଳି ସାଟେଲାଇଟ୍‌ ରହିବ। ଏହା ଜରିଆରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଗ୍ରାଉଣ୍ଡ ସିକ୍ୟୁରିଟି ଡାଟା ରିପୋର୍ଟର ସତ୍ୟତା ପରଖାଯିବ। ରାଷ୍ଟ୍ରପତିଙ୍କ ସୁରକ୍ଷା ପ୍ରୋଟୋକଲ୍‌ ଭିତରେ ଏହି ବ୍ୟବସ୍ଥା ଥିବାରୁ କୌଣସି ଦେଶ ଏହାକୁ ଅଟକାଇ ପାରିବେ ନାହିଁ। ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ବିମାନବନ୍ଦରରୁ ମୋଟେରା ଷ୍ଟାଡିୟମ ଯିବା ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ରୋଡ୍‌ ଶୋ’ରେ ଭାଗ ନେବେ। ଯେହେତୁ ଏସବୁ କାର୍ଯ୍ୟକ୍ରମ ଖୋଲା ଆକାଶ ତଳେ ହେଉଛି, ସେଥିପାଇଁ ସିଆଇଏ ଅତିରିକ୍ତ ସାଟେଲାଇଟ୍‌ ଲଗାଇଛି। ଏହା ଜରିଆରେ ଟ୍ରମ୍ପଙ୍କ ରୋଡ୍‌ ଶୋ’, ଆଗ୍ରା ଏବଂ ଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମ ଉପରେ ନଜର ରଖାଯିବ।

ସୂଚନାଯୋଗ୍ୟ, ଡିଆରଡିଓ ଏବଂ ମହାକାଶ ସଂସ୍ଥା ଭଳି ଭାରତୀୟ ସୁରକ୍ଷା ସଂସ୍ଥାଙ୍କ ସହିତ ଆଲୋଚନା ପରେ ଅତିରିକ୍ତ ସାଟେଲାଇଟ୍‌ ଲଗାଯିବାକୁ ମଞ୍ଜୁରୀ ପ୍ରଦାନ କରାଯାଇଥାଏ। ଏହି ସାଟେଲାଇଟ୍‌ଗୁଡ଼ିକ ଉପରେ ଭାରତୀୟ ସଂସ୍ଥାଗୁଡ଼ିକ ନଜର ରଖିଥାନ୍ତି। ରାଷ୍ଟ୍ରପତିଙ୍କ ଗସ୍ତ ସପ୍ତାହ ହେବା ପରେ ସବୁ ସାଟେଲାଇଟ୍‌ ଫେରିଯାଆନ୍ତି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories