www.samajalive.in
Monday, December 8, 2025
13.1 C
Bhubaneswar

୩୧ରେ ପରୀକ୍ଷା ତାରିଖ ଘୋଷଣା

ଭୁବନେଶ୍ବର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଦ୍ବାରା ପରିଚାଳିତ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ତାରିଖ ଡିସେମ୍ବର ୩୧ ତାରିଖ ସନ୍ଧ୍ୟା ୬ଟା ସମୟରେ ଘୋଷଣା କରାଯିବ। ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିଆଲ ନିଶଙ୍କ ଟ୍ବିଟ କରି ସୂଚନା ଦେଇଛନ୍ତି। କରୋନା ମହାମାରୀ ଯୋଗୁଁ ବୋର୍ଡ ପରୀକ୍ଷା କେବେ
କରାଯିବ ତାକୁ ନେଇ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକ ଚିନ୍ତାରେ ଥିଲେ। ପରୀକ୍ଷା ତାରିଖ ଘୋଷଣା ସଂକ୍ରାନ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଟ୍ବିଟ ସୂଚନା ଦେବା ପରେ ସମସ୍ତେ ଆଶ୍ବସ୍ତି ଅନୁଭବ କରିଛନ୍ତି। ତେବେ ପରୀକ୍ଷା ସଂକ୍ରାନ୍ତରେ କେନ୍ଦ୍ରମନ୍ତ୍ରୀ ଡିସେମ୍ବର ୨୨ରେ ଶିକ୍ଷକଙ୍କ ସହିତ ଆଲୋଚନା କରି କହିଥିଲେ ଫେବୃଆରୀ ସୁଦ୍ଧା ବୋର୍ଡ ପରୀକ୍ଷା କରାଯିବାର ସମ୍ଭାବନା ନାହିଁ। ୨୦୨୧ରେ ସିବିଏସଇ ପରୀକ୍ଷା ଅଫଲାଇନ୍‌ରେ ଅନୁଷ୍ଠିତ ହେବ। ବିଗତ ବର୍ଷଗୁଡିକରେ ଡିସେମ୍ବର ଏବଂ ଜାନୁଆରୀରେ ପ୍ରାକ୍ଟିକାଲ ପରୀକ୍ଷା କରାଯାଉଥିବାବେଳେ ଚଳିତ ବର୍ଷ ପ୍ରାକ୍ଟିକାଲ ପରୀକ୍ଷା ବିଳମ୍ବ ହୋଇଛି। ତେବେ ଡିସେମ୍ବର ୩୧ରେ ପ୍ରାକ୍ଟିକାଲ ପରୀକ୍ଷା ସହିତ ମୁଖ୍ୟ ପରୀକ୍ଷା ତାରିଖ ଘୋଷଣା କରାଯିବା ସମ୍ଭାବନା ରହିଛି।
ସୂଚନାଯୋଗ୍ୟ, ପରୀକ୍ଷାକୁ ନେଇ ବିଦ୍ୟାର୍ଥୀ ଚିନ୍ତାରେ ରହିଛନ୍ତି। କରୋନା ଯୋଗୁଁ ମାର୍ଚ୍ଚ ମାସରୁ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିଛି। ଛାତ୍ରଛାତ୍ରୀ ଶ୍ରେଣୀ ଗୃହରେ ପାଠ ପଢିପାରି ନାହାନ୍ତି। କେନ୍ଦ୍ର ସରକାର ଅନ୍‌ଲାକ ନିୟମାବଳୀରେ କହିଥିଲେ ଛାତ୍ରଛାତ୍ରୀଙ୍କ ପାଠ ଅବୁଝା ରହିଥିଲେ ଅଭିଭାବକଙ୍କ ପାଖରୁ ଅନୁମତି ନେଇ ବିଦ୍ୟାଳୟକୁ ଯାଇ ଶିକ୍ଷକଙ୍କ ପାଖରୁ ପାଠ ବୁଝିପାରିବେ। ପରୀକ୍ଷା ସମୟ ଆସି ଯାଇଥିବାରୁ ବିଦ୍ୟାର୍ଥୀଙ୍କ ପାଇଁ ଅନଲାଇନ୍‌ କ୍ଲାସ୍‌ ଏକମାତ୍ର ଭରଷା ବୋଲି କୁହାଯାଉଛି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories