www.samajalive.in
Saturday, December 6, 2025
26.1 C
Bhubaneswar

୨୦୨୧ ମେ’ ୪ରୁ ସିବିଏସଇ ବୋର୍ଡ ପରୀକ୍ଷା, ଘୋଷଣା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

କରୋନା ମହାମାରୀ ଦୃଷ୍ଟିରୁ ଆସନ୍ତା ବର୍ଷ ସିବିଏସଇ ବୋର୍ଡ ପରୀକ୍ଷା କେବେ ହେବ ସେ ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ବୋର୍ଡ ପରୀକ୍ଷା ତାରିଖ ଘୋଷଣା କରିଛନ୍ତି। ଘୋଷଣା ମୁତାବକ ଆସନ୍ତାବର୍ଷ ମେ’ ୪ରୁ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଆରମ୍ଭ ହେବ ଓ ଜୁନ ୧୦ ସୁଦ୍ଧା ଶେଷ କରାଯିବ। ଶ୍ରୀ ନିଶଙ୍କ କହିଛନ୍ତି ଯେ ବୋର୍ଡ ପରୀକ୍ଷା ପରେ ଉତ୍ତର ପତ୍ର ମୂଲ୍ୟାୟନ କାର୍ଯ୍ୟ ଯଥାଶୀଘ୍ର କରିବା ପାଇଁ ପଦକ୍ଷେପ ନିଆଯିବ ଓ ଶୀଘ୍ର ଫଳ ପ୍ରକାଶ କରାଯିବ। ସେ କହିଛନ୍ତି, ଜୁଲାଇ ୧୫ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ କରାଯିବ।

- Advertisement -

ଅନ୍ୟପକ୍ଷରେ ମାର୍ଚ୍ଚ ୧ରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ। ଏହି ବିଷୟ ଘୋଷଣା କରି ଶିକ୍ଷାମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓ କହିଛନ୍ତି ଯେ ପୂର୍ବରୁ ସିବିଏସଇ ୩୦ ପ୍ରତିଶତ ପାଠ୍ୟକ୍ରମ ହ୍ରାସ କରିଥିବାରୁ ଛାତ୍ରଛାତ୍ରୀମାନେ ସାହସର ସହ ପ୍ରସ୍ତୁତ ହୁଅନ୍ତୁ ଓ ବୋର୍ଡ ପରୀକ୍ଷା ଦିଅନ୍ତୁ।

ଆଜି ପରୀକ୍ଷା ତାରିଖ ଘୋଷଣା କରି ଶ୍ରୀ ନିଶଙ୍କ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଦିଆଯାଇଥିବା ପ୍ରସ୍ତାବ ପାଇଁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ କରୋନା ମହାମାରୀ କାଳରେ ଛାତ୍ରଛାତ୍ରୀମାନେ ଯେଭଳି ଭାବେ ନିଜକୁ ପ୍ରସ୍ତୁତ କରିପାରିଛନ୍ତି ତାହା ଅତ୍ୟନ୍ତ ପ୍ରଶଂସନୀୟ। ଦେଶର ଶିକ୍ଷକଗଣ ଓ ସେମାନଙ୍କ ଅଭିଭାବକମାନେ ପିଲାମାନଙ୍କ ଅନଲାଇନ ଶିକ୍ଷା ଗ୍ରହଣ ପାଇଁ ଯେଉଁ ଆଗ୍ରହ ଓ ଚେଷ୍ଟା ଦେଖାଇଛନ୍ତି ତାହା ମଧ୍ୟ ଫଳବତୀ ହୋଇଥିବା ସେ କହିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ଭାରତ ଏଭଳି ଏକ ଦେଶ ଯେଉଁଠାରେ ଆମେରିକା ଜନସଂଖ୍ୟା ଠାରୁ ଅଧିକ ଛାତ୍ରଛାତ୍ରୀ ଶିକ୍ଷାଲାଭ କରୁଛନ୍ତି, ସେ କ୍ଷେତ୍ରରେ ଅନଲାଇନ ମାଧ୍ୟମରେ ଶିକ୍ଷା ଦେବା, ପରୀକ୍ଷା କରାଇବା ଓ ଫଳ ପ୍ରକାଶନ ଯଦିଓ ଏକ ଦୁରୁହ ବ୍ୟାପାର କିନ୍ତୁ ଆମ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ତାହା ସଫଳ କରି ଦେଖାଇବାରେ ସଫଳ ହୋଇଛନ୍ତି।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories