www.samajalive.in
Saturday, December 6, 2025
23.1 C
Bhubaneswar

ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାଫଳ ; ପାସ୍‌‌ ହାର ୯୩.୧୨%

ଭୁବନେଶ୍ୱର :  ପ୍ରକାଶ ପାଇଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାଫଳ। ଛାତ୍ରଛାତ୍ରୀମାନେ ସେମାନେଙ୍କ ପରୀକ୍ଷା ଫଳ www.cbse.govt.in cbseresults.nic.in ଦେଖିପାରିବେ। ଚଳିତ ବର୍ଷର ପାସ୍‌‌ ହାର ୯୩.୧୨%। ଭୁବନେଶ୍ୱର ରିଜିଅନରେ ପାସ୍‌‌ ହାର ୯୩.୬୪%। ଗତବର୍ଷ ତୁଳନାରେ ଏବର୍ଷ ପାସ୍‌‌ ହାର ୧.୨୮% କମିଛି। ୯୯.୯୧% ପାସ୍‌‌ ହାର ସହ ତ୍ରିବେନ୍ଦ୍ରମ୍‌‌ ରିଜିଅନ୍‌‌ ଶୀର୍ଷରେ। ଝିଅମାନଙ୍କ ପାସ୍‌‌ ହାର ପୁଅମାନଙ୍କ ଅପେକ୍ଷା ୨% ଅଧିକ। ଝିଅଙ୍କ ପାସ୍‌‌ ହାର ୯୪.୨୫%। ପୁଅଙ୍କ ପାସ୍‌‌ ହାର ୯୨.୨୭%। ଗତବର୍ଷ ପାସ୍‌‌ ହାର ଥିଲା ୯୪.୪୦ ପ୍ରତିଶତ।
ସୂଚନାଯୋଗ୍ୟ, ଚଳିତ ବର୍ଷ ଉଭୟ ଦଶମ ଏବଂ ଦ୍ବାଦଶ ଶ୍ରେଣୀରେ ମୋଟ ୩୮ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସାରା ଦେଶ ଏବଂ ବିଦେଶରେ ସିବିଏସ୍‌ଇ ଦ୍ବାରା ଅନୁବନ୍ଧିତ ବିଦ୍ୟାଳୟଗୁଡ଼ିକରେ ଫେବ୍ରୁଆରୀ ୧୫ରୁ ପରୀକ୍ଷା ଆରମ୍ଭ ହୋଇ ଏପ୍ରିଲ ୫ରେ ଶେଷ ହୋଇଥିଲା।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories