www.samajalive.in
Saturday, December 6, 2025
19.1 C
Bhubaneswar

ସିବିଆଇ ବନାମ ସିବିଆଇ ପ୍ରସଙ୍ଗ:ଶ୍ରୀ ବର୍ମାଙ୍କ ନାମରେ ଥିବା ଅଭିଯୋଗର ହେବ ଅଧିକ ତଦନ୍ତ , ଆସ୍ଥାନାଙ୍କୁ ଝଟକା

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇର ଦୁଇ ବରିଷ୍ଠ ଅଧିକାରୀଙ୍କ ଗୋଷ୍ଠୀ ମଧ୍ୟରେ ଚାଲିଥିବା ଆରୋପ ପ୍ରତ୍ୟାରୋପ ପ୍ରସଙ୍ଗର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଛି। ଶୁଣାଣି ଅବସରରେ ସୁପ୍ରିମକୋର୍ଟ ସିଭିସିର ରିପୋର୍ଟ ଆଲୋକ ବର୍ମାଙ୍କୁ ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି। ଏହି ରିପୋର୍ଟର ଉତ୍ତର ସୋମବାର ମଧ୍ୟରେ କୋର୍ଟରେ ଦାଖଲ କରିବାକୁ ଶ୍ରୀବର୍ମାଙ୍କୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି   ନଭେମ୍ବର ୨୦କୁ ଧାର୍ଯ୍ୟ କରାଯାଇଛି।
ଶୁକ୍ରବାର ଉକ୍ତ ମାମଲାର ଶୁଣାଣି ପ୍ରାରମ୍ଭରେ ସିଭିସି ରିପୋର୍ଟ ଦାଖଲ କରିଥିଲା। ଏହାର କିଛି ସମୟ ମଧ୍ୟରେ ପ୍ରାକ୍ତନ ଜଷ୍ଟିସ ଏ କେ ପଟ୍ଟନାୟକ ମଧ୍ୟ ତାଙ୍କ ରିପୋର୍ଟ କୋର୍ଟରେ ଦାଖଲ କରିଥିଲେ। ଏହି ରିପୋର୍ଟ ପ୍ରଦାନ ପରେ ପ୍ରଧାନ ବିଚାରପତି ସିବିଆଇ ସମ୍ପର୍କରେ ଶୁଣାଣି ଆରମ୍ଭ କରିଥିଲେ। ସିବିଆଇ ପ୍ରସଙ୍ଗରେ ଅଦ୍ୟାବଧି ହୋଇଥିବା ତଦନ୍ତରେ ଆହୁରି ଏକାଧିକ ପ୍ରସଙ୍ଗ ଅମୀମାଂସିତ ହୋଇ ରହିଛି। ତେଣୁ ଅଧିକ ତଦନ୍ତର ଆବଶ୍ୟକତା ରହିଛି ବୋଲି କୋର୍ଟ କହିଥିଲେ।
ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ଆପତ୍ତି ନଥିଲେ ଆଲୋକ ବର୍ମାଙ୍କୁ ସିଭିସି ରିପୋର୍ଟର ନକଲ ଏକ ବନ୍ଦ ଲଫାଫାରେ ଦିଆଯିବ। ଶ୍ରୀ ବର୍ମା ଏହାର ଉତ୍ତର ବନ୍ଦ ଲଫାଫାରେ ସୋମବାର ସୁଦ୍ଧା ଦାଖଲ କରିବେ। ଅପରପକ୍ଷରେ ରାକେଶ ଆସ୍ଥାନାଙ୍କୁ ସିଭିସି ରିପୋର୍ଟ ଦେବାକୁ ସୁପ୍ରିମ କୋର୍ଟ ମନା କରିଛନ୍ତି।
ସାମ୍ପ୍ରତିକ ପରିସ୍ଥିତିରେ ନିର୍ଦେଶକ ଦାୟିତ୍ୱରେ ଥିବା ନାଗେଶ୍ୱର ରାଓଙ୍କ କାର୍ଯ୍ୟକାରିତାକୁ କୋର୍ଟ ତର୍ଜମା କରିଥିଲେ। ଅଦ୍ୟାବଧି ନାଗେଶ୍ୱର ରାଓଙ୍କ ପଦକ୍ଷେପରେ କୌଣସି ତ୍ରୁଟି ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଥିଲେ। ଏନଜିଓ ଦ୍ୱାରା ରୁଜୁ ହୋଇଥିବା ମାମଲାରେ ନାଗେଶ୍ୱର ରାଓଙ୍କ ବିରୋଧରେ କୌଣସି ପ୍ରମାଣ କୋର୍ଟରେ ଦାଖଲ କରାଯାଇ ପାରି ନାହିଁ। ତେଣୁ ଆଗାମୀ ଶୁଣାଣିରେ ଯଦି କୌଣସି ତଥ୍ୟ ପ୍ରମାଣ ଥାଏ ତେବେ ତାହା ମଧ୍ୟ କୋର୍ଟରେ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି।
ସିବିଆଇ ଡିଏସପି ଏକେ ବସ୍‍ସିଙ୍କ ଆଣ୍ଡାମାନ ନିକୋବରକୁ ବଦଳି କରିବା ପ୍ରସଙ୍ଗକୁ ନେଇ ସୁପ୍ରିମ କୋର୍ଟରେ ହୋଇଥିବା ମାମଲାର ଶୁଣାଣି ମଧ୍ୟ ପ୍ରଧାନ ବିଚାରପତିଙ୍କ ଖଣ୍ଡପିଠରେ କରାଯାଇ ଥିଲା। ଆଣ୍ଡାମାନ ଏକ ସୁନ୍ଦର ସ୍ଥାନ ତେଣୁ ଜଣେ ସିବିଆଇ ଅଧିକାରୀଙ୍କ ବଦଳି କରାଯିବାରେ ଅସୁବିଧା ନାହିଁ ବୋଲି ଶୁଣାଣିରେ ସ୍ପଷ୍ଟ କରିଥିଲେ। ସିବିଆଇ ଡିଏସପି ଶ୍ରୀ ବସ୍‍ସିି ରାକେଶ ଆସ୍ଥାନାଙ୍କ ବିରୋଧରେ ଲାଗିଥିବା ଅଭିଯୋଗର ତଦନ୍ତ କରିଥିଲେ। ପରେ ନାଗେଶ୍ୱର ରାଓ କାର୍ଯ୍ୟକାରୀ ନିର୍ଦେଶକ ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କୁ ଆଣ୍ଡାମାନ ନିକୋବରକୁ ବଦଳି କରି ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ଶ୍ରୀ ବସ୍‍ସି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହି ଆବେଦନ ଉପରେ ପରବର୍ତ୍ତୀ ସମୟରେ ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories