ଦୁର୍ନୀତି ବିରୋଧରେ ସିବିଆଇର ସ୍ୱତନ୍ତ୍ର ଅଭିଯାନ, ଦେଶର ୧୫୦ ସ୍ଥାନରେ ଚଢଉ

ନୂଆଦିଲ୍ଳୀ : କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦୁର୍ନୀତି ବିରୋଧରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି। ଏହି କ୍ରମରେ ଶୁକ୍ରବାର ସିବିଆଇ ଦେଶର ୧୫୦ଟି ସ୍ଥାନରେ ଚଢଉ କରିଛି।

prayash

ସିବିଆଇର ପୃଥକ ପୃଥକ ଦଳ ଅଚାନକ ଏହି ସ୍ଥାନଗୁଡ଼ିକରେ ଚଢଉ କରିଥିଲେ। ଛୋଟ ବ୍ୟବସାୟୀ ଓ ସାଧାରଣ ଲୋକ କେତେକ ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ ଦ୍ୱାରା ବହୁଳ ଭାବରେ ପ୍ରଭାବିତ ହେଉଥିବା ଖବର ମିଳିଥିଲା। ସାଧାରଣ ଜୀବନକୁ ସହଜ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ ଅନୁସାରେ ସିବିଆଇ ପକ୍ଷରୁ ଚଢଉ ଅଭିଯାନ ଆରମ୍ଭ କରାଯାଇଥିବା କୁହାଯାଉଛି। ଦୁର୍ନୀତି ନେଇ ମିଳିଥିବା ସୂଚନା ଆଧାରରେ ସନ୍ଦିଗ୍ଧ ସ୍ଥାନଗୁଡ଼ିକ ଉପରେ ଏହି ଚଢଉ କରାଯାଇଥିଲା। ଚଢଉର ସବିଶେଷ ତଥ୍ୟ ମିଳିନାହିଁ।

kalyan agarbati

Comments are closed.