www.samajalive.in
Saturday, December 6, 2025
19.1 C
Bhubaneswar

ବାହାରିନରେ ପ୍ରବାସୀ ଓଡ଼ିଆଙ୍କ ରଥଯାତ୍ରା

ମାନାମା: ଜୁଲାଇ ୪ ରଥଯାତ୍ରା ଅବସରରେ ସୁଦୂର ବାହାରିନରେ ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ରଥଯାତ୍ରା ପାଳନ କରାଯାଇଛି। ବାହାରିନରେ ଥିବା ପ୍ରବାସୀ ଓଡ଼ିଆ ଏବଂ ଇସ୍କନ କାନୁ ଗାର୍ଡେନର ମିଳିତ ଆନୁକୂଲ୍ୟରେ ବିଶ୍ଵପ୍ରସିଦ୍ଧ ଘୋଷଯାତ୍ରା ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ବାନ୍‌ ସେଙ୍ଗ୍‌ ଥାଇ ଅଡିଟୋରିୟମରେ ପାରମ୍ପରିକ ରୀତିନୀତିରେ ରଥଯାତ୍ରା ଆରମ୍ଭ ହୋଇଥିଲା। ତିନି ଠାକୁରଙ୍କୁ ପହଣ୍ଡି କରାଯାଇ ନବନିର୍ମିତ ସୁସଜ୍ଜିତ ରଥକୁ ନିଆଯାଇ ପୂଜାର୍ଚ୍ଚନା କରାଯାଇଥିଲା। ପରେ ଶତାଧିକ ଶ୍ରଦ୍ଧାଳୁ ରଥ ଟାଣିଥିଲେ। ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ସମସ୍ତ ଭକ୍ତଙ୍କୁ ରଥ ଟାଣିବାର ସୁଯୋଗ ଦିଆଯାଇଥିଲା। ପ୍ରବାସୀ ଓଡ଼ିଆଙ୍କ ସମେତ ବାହାରିନରେ ରହୁଥିବା ବିଭିନ୍ନ ଦେଶର  ୭୫୦ରୁ ଊର୍ଦ୍ଧ୍ଵ ଭକ୍ତଙ୍କ ସମାଗମ ହୋଇଥିଲା। ନେପାଳ ରାଷ୍ଟ୍ରଦୂତ ପଦମ୍ ସୁନ୍ ଦାସ ରଥଯାତ୍ରାରେ ସାମିଲ ହୋଇଥିଲେ। ଏହା ଛଡା ମୁମ୍ବାଇ ଇସ୍କନର ପ୍ରମୁଖ ଅତୁଲ୍ୟ କୃଷ୍ଣ ଦାସ ଯୋଗଦେଇ ଜଗନ୍ନାଥ ସଂସ୍କୃତିର ମହନୀୟତା ବିଷୟରେ ପ୍ରବଚନ ଦେଇଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

- Advertisement -

Image courtesy – Deepak sahu

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories