www.samajalive.in
Monday, December 8, 2025
27.1 C
Bhubaneswar

ସଙ୍କଟରେ କର୍ଣ୍ଣାଟକ ମେଣ୍ଟ ସରକାର; କଂଗ୍ରେସ-ଜେଡିଏସର ୧୧ ବିଧାୟକଙ୍କ ଇସ୍ତଫା !

ବେଙ୍ଗାଲୁରୁ: କର୍ଣ୍ଣାଟକର କଂଗ୍ରେସ ବିଧାୟକ ଆନନ୍ଦ ସିଂହ ଏବଂ ରମେଶ ଜରଖିହୋଲି ଇସ୍ତଫା ଦେବାର ଦିନକ ପରେ ରାଜ୍ୟ ସରକାରଙ୍କ ପାଇଁ ପୁଣି ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାରସ୍ବାମୀ ବିଦେଶ ଗସ୍ତରେ ଯାଇଥିବାବେଳେ ଶନିବାର କଂଗ୍ରେସ ଏବଂ ଜେଡିଏସ ମେଣ୍ଟ ସରକାରର ୧୧ ବିଧାୟକ ଇସ୍ତଫା ଦେଇଛନ୍ତି। ଫଳରେ ରାଜ୍ୟରେ ମେଣ୍ଟ ସରକାର ସଙ୍କଟରେ ପଡ଼ିଛି।

ରିପୋର୍ଟ ମୁତାବକ, ଶନିବାର ୧୧ ଜଣ ବିଧାୟକ ବିଧାନସୌଧରେ ପହଞ୍ଚି ବାଚସ୍ପତି କେ. ଆର. ରମେଶ କୁମାରଙ୍କୁ ଭେଟିବାକୁ ଅପେକ୍ଷା କରିଛନ୍ତି। ସେମାନଙ୍କ ମଧ୍ୟରେ ୩ ଜଣ ଜେଡିଏସ ଏବଂ ୮ଜଣ କଂଗ୍ରେସ ବିଧାୟକ ରହିଛନ୍ତି। ବିଧାୟକମାନେ ସେମାନଙ୍କ ଇସ୍ତଫାପତ୍ର ବାଚସ୍ପତିଙ୍କୁ ପ୍ରଦାନ କରିବାକୁ ଅପେକ୍ଷାରେ ରହିଥିବା ସୂଚନା ମିଳିଛି।

- Advertisement -

ମେଣ୍ଟ ସରକାରରୁ ୧୧ ବିଧାୟକ ଇସ୍ତଫା ଦେବା ପରେ କଂଗ୍ରେସ ଏବଂ ଜେଡିଏସ ମେଣ୍ଟରେ ବିଧାୟକ ସଂଖ୍ୟା ୧୦୫ ତଳକୁ ଖସିଯିବ। ବିଧାସନଭାରେ ମେଣ୍ଟ ସରକାର ସଂଖ୍ୟା ଗରିଷ୍ଠତା ହାସଲ କରିପାରିବ ନାହିଁ। ଫଳରେ ସରକାର ଭାଙ୍ଗିଯିବା ଆଶଙ୍କା ରହିଛି।

୨୨୫ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ ବିଜେପିର ୧୦୫ ବିଧାୟକ ରହିଛନ୍ତି। କଂଗ୍ରେସର ୭୮ ଏବଂ ଜେଡିଏସର ୩୭ ବିଧାୟକ ଥିବାବେଳେ ୨ ସ୍ବାଧୀନ ଏବଂ ବିଏସପି ଓ କେପିଜେର ଜଣେ ଲେଖାଏ ବିଧାୟକ ଅଛନ୍ତି। ଗତବର୍ଷ ନିର୍ବାଚନରେ କୌଣସି ଦଳ ସଂଖ୍ୟା ଗରିଷ୍ଠତା ହାସଲ କରି ନ ଥିବାରୁ କଂଗ୍ରେସ ଏବଂ ଜେଡିଏସ ମେଣ୍ଟ କରି ସରକାର ଗଢ଼ିଥିଲେ। ବର୍ତ୍ତମାନ ଦୁଇଦିନ ମଧ୍ୟରେ ୧୩ ବିଧାୟକଙ୍କ ଇସ୍ତଫା ପରେ ମେଣ୍ଟରେ ୧୦୨ ବିଧାୟକ ରହୁଛନ୍ତି, ଯାହା ବିଜେପିର ବିଧାୟକ ସଂଖ୍ୟାଠାରୁ କମ୍‌।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories