www.samajalive.in
Sunday, December 14, 2025
23.1 C
Bhubaneswar

କେନାଲକୁ ଖସିଲା କାର୍‍: ଗୋଟିଏ ପରିବାରର ୪ ମୃତ

ସୋନୀପତ: ହରିୟାଣାର ସୋନୀପତ ସ୍ଥିତ ମହଲାନା ଗାଁ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ଘଟିଛି। ଏକ କାର୍‍ ଭାରସାମ୍ୟ ହରାଇ ସଡ଼କରୁ କେନାଲକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି। ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ରହିଛନ୍ତି।
ପ୍ରତକ୍ଷଦର୍ଶୀଙ୍କ କହିବାନୁସାରେ, ଗାଁ ନିକଟରେ ବହୁଥିବା ପଶ୍ଚିମ ଯମୁନା କେନାଲରେ ଏକ କାର୍‍ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏ ବିଷୟରେ ପୁଲିସକୁ ସୂଚନା ଦିଆଗଲା। ଏହାପରେ ପୁଲିସ ଲୋକଙ୍କ ସାହାଯ୍ୟରେ ବହୁ ପ୍ରଚେଷ୍ଟା ପରେ କାର୍‍କୁ ବାହାରକୁ ଆଣିଲା ଏବଂ ତା’ ମଧ୍ୟରେ ଥିବା ମୃତଦେହକୁ ବାହାର କରାଯାଇଥିଲା। କାର୍‍ ମଧ୍ୟରୁ ୪ ଜଣଙ୍କ ମୃତଦେହ ମିଳିଥିଲା। ମୃତକଙ୍କ ପରିଚୟ ମଧ୍ୟ ମିଳିଛି। ସେମାନେ ହେଲେ ରାମ ନାରାୟଣଙ୍କ ପୁଅ ବିଜୟପାଲ(୫୦), ବିଜୟପାଲଙ୍କ ପତ୍ନୀ ସନ୍ଧ୍ୟା(୪୫), ପୁଅ ମୋନୁ ଓରଫ୍‍ ହର୍ଷ ଓ ଝିଅ ମୋନୀ ଓରଫ୍‍ ନିକିତା। ଏମାନେ ଗୋହାନାର ଚୋପ୍ରା କଲୋନୀରେ ବାସ କରନ୍ତି ବୋଲି ଜଣାପଡ଼ିଛି। ମିଳିଥିବା ଖବର ଅନୁସାରେ, ପୁରା ପରିବାର ଶୁକ୍ରବାର ରାତିରେ ଘରୁ ବାହାରିଥିଲେ। ପୁଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories