www.samajalive.in
Saturday, December 6, 2025
23.1 C
Bhubaneswar

ଧୂମପାନ ସମୟରେ ହାତ ବିଶୋଧନ କରୁଥି​‌ଲେ; ମଝିରାସ୍ତାରେ ଜଳିଗଲା କାର, ଚାଳକ ଗୁରୁତର

ଅନେକ ସମୟରେ ଲୋକ କାର୍‌ କିମ୍ବା ବସ୍‌ ଭିତରେ ଧୂମପାନ କରୁଥିବା ଦେଖିବାକୁ ମିଳିଥାଏ। କିନ୍ତୁ କେବେ ତାହା ପ୍ରାଣଘାତୀ ହୋଇପାରେ ବୋଲି କେହି ଚିନ୍ତା କରି ନ ଥାନ୍ତି। ଏଭଳି ଏକ ଘଟଣା ଘଟିଛି ଆମେରିକାର ମେରିଲାଣ୍ଡରେ। କାର୍‌ ଭିତରେ ଧୂମପାନ କରୁଥିବା ସମୟରେ ନିଆଁ ଲାଗଯିବାରୁ ମଝି ରାସ୍ତାରେ କାର୍‌ ଜଳିଯିବା ସହିତ ଚାଳକ ପୋଡ଼ିଯାଇ ଗୁରୁତର ଆହତ ହୋଇଛନ୍ତି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭିଡିଓରୁ ଦେଖାଯାଇଛି ଯେ, ଏକ କାର ମେରିଲାଣ୍ଡରେ ଏକ ଟ୍ରାଫିକ ପୋଷ୍ଟ ନିକଟରେ ଅଟକି ରହିଛି। କିଛି ସମୟ ପରେ କାରଟି ହଠାତ ଜଳିଉଠିବା ସହିତ ସେଥିରୁ ଜଣେ ବ୍ୟକ୍ତି ପ୍ରାଣ ବିକଳରେ ବାହାରକୁ ବାହାରି ଆସୁଛନ୍ତି। ତାଙ୍କ ଶରୀରରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଛି।

- Advertisement -

ସୂଚନା ଅନୁସାରେ, କାର ଚାଳକ ଜଣକ ସିଟ୍‌ରେ ବସିଥିବା ସମୟରେ ଧୂମପାନ କରୁଥିଲେ। ଏହି ସମୟରେ ସେ ନିଜ ହାତକୁ ବିଶୋଧନ କରିବା ଲାଗି ବିଶୋଧକ ବ୍ୟବହାର କରୁଥିଲେ। ମାତ୍ର ବିଶୋଧକ ଯୋଗୁ ହଠାତ୍‌ ନିଆଁ ଲାଗିଯାଇଥିଲା। ତୁରନ୍ତ ନିଆଁ କାରକୁ ବ୍ୟାପିଯାଇଥିଲା ଏବଂ ସେ ଗାଡ଼ିରୁ ବାହାରି ଆସିଥିଲେ। ଖବର ପାଇ ତୁରନ୍ତ ଦମକଳ ଗାଡ଼ି ସେଠାରେ ପହଞ୍ଚି ନିଆଁକୁ

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories