www.samajalive.in
Saturday, December 6, 2025
19.1 C
Bhubaneswar

୨ କାର ମୁହାଁମୁହିଁ ଧକ୍କା ୫ ମୃତ ;୪ ଗୁରୁତର

ଗୁଜୁରାଟ : ଗୁଜୁରାଟର ନାଡ଼ିୟାଦ ଜିଲାର ୮ ନମ୍ବର ଜାତୀୟ ରାଜପଥ ଅହମ୍ମଦାବାଦ-ବଡ଼ୋଦରା ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିବା ସୋମବାର ଜଣାପଡ଼ିଛି। ଏଥିରେ ୨ଟି କାର ମଧ୍ୟରେ ଧକ୍କା ହୋଇ ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି। ସେମାନଙ୍କ ଅବସ୍ଥା ମଧ୍ୟ ଜଟିଳ ରହିଛି। ଦୁଇଟି କାର ମଧ୍ୟରେ ଖୁବ ଜୋରରେ ଧକ୍କା ହେବାରୁ କାର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଚୁନା ହୋଇ ଯାଇଛି।
ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାର କାରଣ ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ। ଦୁର୍ଘଟଣା ସ୍ଥାନରେ ସ୍ଥାନୀୟଲୋକେ ପହଂଚି ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତି କରିବା ସହ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ସ୍ଥାୁନୀୟଲୋକଙ୍କ ମତାନୁଯାୟୀ, ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାର ଭିତରକୁ ଲୋକଙ୍କୁ ଖୁବ କଷ୍ଟରେ ବାହାର କରାଯାଇଛି। ଦୁର୍ଘଟଣା ସମୟରେ ଖୁବ ଜୋରରେ ଶବ୍ଦ ମଧ୍ୟ ଶୁଭିଥିଲା। ଏହାସହ ଖବର ପାଇ ଦମକଳ କର୍ମଚାରୀ ଓ ଆମ୍ବୁଲାନ୍ସ କର୍ମଚାରୀ ସଭିଁଙ୍କୁ ଉଦ୍ଧାର କରିଥିଲେ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories