୫୦ ହଜାର ଟପିଲା ଦେଶର ମୃତ୍ୟୁ ସଂଖ୍ୟା, ୨୪ ଘଣ୍ଟାରେ ୫୭,୯୮୨ ଆକ୍ରାନ୍ତ ଚିହ୍ନଟ, ୯୪୧ ମୃତ
ନୂଆଦିଲ୍ଲୀ : ଦେଶରେ ୫୦ ହଜାର ଟପିଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୯୪୧ ମୁଣ୍ଡ ନେଇଛି କରୋନା । ମୃତ୍ୟୁସଂଖ୍ୟା ୫୦ ହଜାର ୯୨୧କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୭ ହଜାର ୯୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ଫଳରେ ଦେଶର ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୬ ଲକ୍ଷ ୪୭ ହଜାର ୬୬୪ ରହିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି ।
Spike of 57,982 cases and 941 deaths reported in India, in the last 24 hours.
The #COVID19 tally in the country rises to 26,47,664 including 6,76,900 active cases, 19,19,843 discharged/migrated & 50,921 deaths: Ministry of Health and Family Welfare pic.twitter.com/Ihs6ueNBST
— ANI (@ANI) August 17, 2020
ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ଦେଶରୁ ୨୬ ଲକ୍ଷ ୪୭ ହଜାର ୬୬୪ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୯ ଲକ୍ଷ ୧୯ ହଜାର ୮୪୩ ଜଣ ଚିକିିତ୍ସାପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୫୦ ହଜାର ୯୨୧ ଜଣଙ୍କର ମୃତ୍ୟୁ ହୋଇଛି,ସେହିପରି ବର୍ତ୍ତମାନ ସୁଦ୍ଧା ୬ ଲକ୍ଷ ୭୬ ହଜାର ୯୦୦ ଜଣ ଚିକିତ୍ସିତ ହେଉଛନ୍ତି। ତେବେ ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଥିବା ବେଳେ ଆଜି ଏହି ସଂଖ୍ୟା କମ ରହିଛି। ଗତକାଲିଠାରୁ ଆଜି ମୃତ୍ୟୁ ସଂଖ୍ୟା ଏବେ ଆକ୍ରାନ୍ତଙ୍କ ସଂଖ୍ୟା କମ ରହିଛି।
Comments are closed.