ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ସଂସଦ ସଂଲଗ୍ନ ବିଲ୍ଡିଂର ଷଷ୍ଠ ମହଲାରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ୫ଟି ଦମକଳ ଗାଡ଼ି ଓ କର୍ମଚାରୀ ସଠିକ ସମୟରେ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ। ଏହି ଅଗ୍ନିକାଣ୍ଡରେ କୌଣସି କ୍ଷତି ହୋଇଥିବା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଘଟଣାର ତଦନ୍ତ ଜାରି ରହିଛି। ସର୍ଟ ସର୍କିଟ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।
ସଂସଦ ସଂଲଗ୍ନ ବିଲ୍ଡିଂର ଷଷ୍ଠ ମହଲାରେ ଅଗ୍ନିକାଣ୍ଡ
Popular Categories



