www.samajalive.in
Thursday, December 11, 2025
16.1 C
Bhubaneswar

କାର୍‌କୁ ପିଟିଲା ମାଲ ବୋଝେଇ ଟ୍ରକ୍ : ଅଳ୍ପକେ ବର୍ତ୍ତିଲେ ‘ସମାଜ ରିଲିଫ କମିଟି ସଂପାଦକ’

ଚୌଦ୍ୱାର : ଜାତୀୟ ରାଜପଥ ୧୬ର ଗଣ୍ଡରପୁର ନିକଟରେ ଏକ ମାଲବୋଝେଇ ଟ୍ରକ ଧକ୍କା ଦେବାରୁ ‘ସମାଜ ରିଲିଫ କମିଟି’ ସମ୍ପାଦକ ଡ. ପ୍ରଭାସଚନ୍ଦ୍ର ଆଚାର୍ଯ୍ୟଙ୍କ କାର କ୍ଷତିଗ୍ରସ୍ତ ହୋଇଛି। ସୌଭାଗ୍ୟବଶତଃ ଶ୍ରୀ ଆଚାର୍ଯ୍ୟ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ଶୁକ୍ରବାର ଅପରାହ୍ନରେ ଶ୍ରୀ ଆଚାର୍ଯ୍ୟ ଚୌଦ୍ୱାରରେ ଏକ ଅଙ୍ଗଦାନ କାର୍ଯ୍ୟକ୍ରମରେ ଯୋଗଦେବାକୁ କାରରେ ଯାଉଥିବାବେଳେ ଗଣ୍ଡରପୁର ନିକଟରେ ଦ୍ରୁତଗତିରେ ଆସୁଥିବା ଟ୍ରକ୍‍ଟି ଧକ୍କାଦେଇ କାରକୁ କିଛିବାଟ ଘୋଷାଡ଼ି ନେଇଥିଲା। କାରର ଡାହାଣପଟ କ୍ଷତିଗ୍ରସ୍ତ ହୋଇଥିବାବେଳେ ଦରଜାର କାଚ ଭାଙ୍ଗିରୁଜି ଯାଇଛି। ଘଟଣା ପରେ ଚାଳକ ଟ୍ରକକୁ ଦ୍ରୁତଗତିରେ ନେଇ ମଙ୍ଗୁଳି ଟୋଲ ପ୍ଲାଜା ଆଡ଼କୁ ଖସି ପଳାଇଥିଲା। ଶ୍ରୀ ଆଚାର୍ଯ୍ୟ ଟ୍ରକର ପିଛା କରି ମଙ୍ଗୁଳି ଟୋଲ ପ୍ଲାଜା ପର୍ଯ୍ୟନ୍ତ ଆସିଥିଲେ ହେଁ ରାଜପଥରେ ଗହଳି ହେତୁ ଟ୍ରକଟି ଖସି ଯିବାକୁ ସକ୍ଷମ ହୋଇଥିଲା। ଦୁର୍ଘଟଣା ଯୋଗୁଁ କାରର ସମସ୍ତ ଦରଜା ବନ୍ଦ ହୋଇଯିବାରୁ ଶ୍ରୀ ଆଚାର୍ଯ୍ୟ କାର ଭିତରୁ ପଦାକୁ ବାହାରି ପାରିନଥିଲେ। ଖବରପାଇ ଡ୍ରିମ୍ସ କୋଭିଡ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ମାର୍କଣ୍ଡେୟ ଆଚାର୍ଯ୍ୟ, ଡାକ୍ତର ଅନୁପ କୁମାର ପାତ୍ର, ଡାକ୍ତର ମନୋରଞ୍ଜନ ସାହୁ, ଡାକ୍ତର ଆଶିଷକୁମାର ସାହୁ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଶୈଳେନ୍ଦ୍ର କୁମାର ସାମଲ ପ୍ରମୁଖ କାର ଦରଜାକୁ ଭାଙ୍ଗି ସୁରକ୍ଷିତ ଭାବେ ଶ୍ରୀ ଆଚାର୍ଯ୍ୟଙ୍କୁ ଉଦ୍ଧାର କରିଥିଲେ। ଖବରପାଇ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଂପାଦକ ତଥା ‘ସମାଜ’ର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ ଓ ‘ସମାଜ’ର ସହ ସମ୍ପାଦିକା ମମତା ବିଶୋଇ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ଶ୍ରୀ ଆଚାର୍ଯ୍ୟ ଏ ସଂକ୍ରାନ୍ତରେ ଚାଉଳିଆଗଞ୍ଜ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ କିମ୍ବା ଚାଳକଙ୍କ ସମ୍ପର୍କରେ ସୂଚନା ପାଇପାରିନାହିଁ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories