ସମାଜ ଡିଜିଟାଲ ଡେସ୍କ: କ୍ୟାପିଟାଲ ହସ୍ପିଟାଲ ପରିସରରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି । ଭୁଲ ଇଞ୍ଜେକସନ ଦେବାରୁ ଶିଶୁ ମୃତ୍ୟୁ ହୋଇଥିବା ଅଭିଯୋଗ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ଶହେରୁ ଅଧିକ ଅଟୋ ଡ୍ରାଇଭର ହସ୍ପିଟାଲ ଘେରାଓ କରିବା ସହ ହସ୍ପିଟାଲ ଭିତରକୁ ଧସେଇ ପଶିଛନ୍ତି । ଭୁଲ ଇଞ୍ଜେକସନ ଦେଇଥିବା ଡାକ୍ତର ଓ ନର୍ସଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ଦାବି କରି ଧସେଇ ପଶିଛନ୍ତି । ହସ୍ପିଟାଲ ଭିତରେ ପ୍ରବଳ ଉତ୍ତେଜନା ଯୋଗୁ ରୋଗୀ ସେବାରେ ବ୍ୟାହତ ହୋଇଛି । ପୁଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବାକୁ ପ୍ରୟାସ କରୁଛନ୍ତି ।
ମେଡିକାଲ ଅଫିସର ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବାକୁ ପ୍ରୟାସ କରୁଛନ୍ତି । ରୋଗୀ ସେବାରେ ବାଧା ଉପୁଜିଥିବାରୁ ଲୋକମାନେ ହନ୍ତସନ୍ତ ହୋଇଛନ୍ତି ।



