www.samajalive.in
Saturday, December 6, 2025
26.1 C
Bhubaneswar

ରାଜଧାନୀ ପାଳିବ ୭୩ତମ ପ୍ରତିଷ୍ଠା ଦିବସ: ହେବନି ପରେଡ, କୋଭିଡ କଟକଣାରେ କାର୍ଯ୍ୟକ୍ରମ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବର ୭୩ତମ ପ୍ରତିଷ୍ଠା ଦିବସ ଆସନ୍ତା ୧୩ରେ ପାଳିବ। ଏଥିପାଇଁ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ତେବେ ଚଳିତବର୍ଷ ଧୁମ୍‌ଧାମ୍‌ରେ ଉତ୍ସବ ପାଳିତ ହେବ ନାହିଁ। କୋଭିଡ କଟକଣା ସହିତ ଉତ୍ସବ ପାଳନ ହେବାକୁ ଥିବାବେଳେ ଅନ୍ୟବର୍ଷ ପରି ବେସାମରିକ ପରେଡ୍‌ ଅନୁଷ୍ଠିତ ହେବନାହିଁ।


ଜୟଦେବ ଭବନରେ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ ସଭା କାର୍ଯ୍ୟକ୍ରମ ହେବ। କାର୍ଯ୍ୟକ୍ରମରେ ବିଏମ୍‌ସି ପକ୍ଷରୁ କଟକଣା ଜାରି କରାଯାଇଥିବାରୁ ପ୍ରତିଷ୍ଠା ଦିବସ ପାଳନ ନେଇ ବିଏମ୍‌ସିରୁ ଅନୁମତି ଅଣାଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି। ବୈଠକରେ ଖୋର୍ଦ୍ଧା ଅତିରିକ୍ତ ଜିଲାପାଳ ପ୍ରଫୁଲ୍ଲ ସ୍ବାଇଁ, ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି ସଭାପତି ପ୍ରଦୋଷ ପଟ୍ଟନାୟକ, ସାଧାରଣ ସମ୍ପାଦକ ସନତ ମିଶ୍ର, ବିଏମ୍‌ସି ଡେପୁଟି କମିସନର ପ୍ରମୋଦ ପୃଷ୍ଟି, ଭୁବନେଶ୍ବର ବିଇଓ ସନ୍ତୋଷ ରାଉତ, ଜିଲା ସୂଚନା ଅଧିକାରୀ ତାପସ ଦାସ, କ୍ୟାପିଟାଲ ହାଇସ୍ୁଲ ପ୍ରଧାନଶିକ୍ଷୟିତ୍ରୀ ସୋନାମିକା ରାୟ ପ୍ରମୁଖ ଉପସ୍ଥିତ ଥିଲେ। କମିଟିର ଉପସଭାପତି, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ମହାନ୍ତି ଧନ୍ୟବାଦ ଦେଇଥିଲେ। ବୈଠକକୁ ଗୌରଚନ୍ଦ୍ର ମହାପାତ୍ର, ପ୍ରଭାସ ଦାସ ଓ ସୁଧାଂଶୁ ଶେଖର ମହାନ୍ତି ପରିଚାଳନା କରିଥିଲେ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories