ଭାରତର କୌଣସି ଅଂଶକୁ ପାକିସ୍ତାନ କହିବା ଠିକ ନୁହେଁ – ସୁପ୍ରିମକୋର୍ଟ

କ୍ଷମା ପ୍ରାର୍ଥନା ପରେ କର୍ଣ୍ଣାଟକ ହାଇକୋର୍ଟ ବିଚାରପତିଙ୍କ ବିରୋଧରେ ଶୁଣାଣି ବନ୍ଦ

ଡେସ୍କ: କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଜଷ୍ଟିସ ଭି ଶୀର୍ଷାନନ୍ଦ କ୍ଷମା ପ୍ରାର୍ଥନା କରିବା ପରେ ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ବିରୋଧରେ ସୁପ୍ରିମକୋର୍ଟର ସ୍ୱତନ୍ତ୍ର ୫ ଜଣିଆ ଖଣ୍ଡପୀଠ ବୁଧବାର ଶୁଣାଣି ବନ୍ଦ କରିଦେଇଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କର୍ଣ୍ଣାଟକ ହାଇକୋର୍ଟର ବିଚାରପତିଙ୍କ ବିରୋଧରେ ଆରମ୍ଭ ହୋଇଥିବା ଶୁଣାଣି ପ୍ରକ୍ରିୟାକୁ ବନ୍ଦ କରି ଦେଇଛନ୍ତି ଏବଂ କହିଛନ୍ତି ଯେ ଏହି ପ୍ରକ୍ରିୟାକୁ ଆଗକୁ ନ ନେବା ପାଇଁ ଆମେ ଅନୁଷ୍ଠାନର ନ୍ୟାୟ ଏବଂ ସମ୍ମାନ ସ୍ୱାର୍ଥରେ ବିଚାର କରିବୁ।

ନିକଟରେ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଭି ଶୀର୍ଷାନନ୍ଦଙ୍କ ଦୁଇଟି ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ଆପତ୍ତିଜନକ ମନ୍ତବ୍ୟ ଦେଉଥିବା ଦେଖିବାକୁ ମିଳିଥିଲା। ସମ୍ପୃକ୍ତ ଭିଡିଓ କ୍ଲିପରେ ସେ ଭାରତର ଏକ ଅଂଚଳକୁ ପାକିସ୍ତାନ ବୋଲି କହୁଥିବା ଜଣାପଡିଥିଲା। ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଠାରୁ ପ୍ରଶାସନିକ ନିର୍ଦ୍ଦେଶ ମାଗିବା ପରେ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତାକାଲି ଏହି ମାମଲାର ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣି କରିବେ।

Comments are closed.