ଗୁରୁଡିଝାଟିଆ: କଲକତା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଖୁଣ୍ଟୁଣୀ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ବୁଧବାର ଏକ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମୋର୍ଚ୍ଚା ସଭାପତି ପ୍ରତିମା ରାଉତଙ୍କ ନେତୃତ୍ୱରେ ମହିଳା ଓ ପୁରୁଷମାନେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଖୁଣ୍ଟୁଣୀ ବିଜେପି ମଣ୍ଡଳ ସଭାପତି ଉମେଶ ସାମଲ, ବିଜେପି ନେତା ସୁଦାମ ଚରଣ ବେଉରା, ସୁଶାନ୍ତ ସ୍ୱାଇଁ, ହେମନ୍ତ ରାଉତ, କୁମରମଣି ଷଣ୍ଢ, ସୁକାନ୍ତି ସାହୁ, ପୂର୍ଣ୍ଣିମା ସାହୁ, ଡଲି ସାହୁ, କଳ୍ପନା ତାଳ, ସଂଯୁକ୍ତା ବିଶ୍ୱାଳ ପ୍ରମୁଖ ଶୋଭାଯାତ୍ରାରେ ଯାଇ ପୀଡ଼ିତାଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ଦୋଷୀଙ୍କୁ ତୁରନ୍ତ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା ଏବଂ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ୨୪ଘଣ୍ଟିଆ ସୁରକ୍ଷା ପ୍ରଦାନ ପାଇଁ ଦାବି ଜଣାଇଥିଲେ।
Popular Categories



