www.samajalive.in
Monday, December 8, 2025
27.1 C
Bhubaneswar

‘ରାଜନୀତି ଛାଡିବା ପାଇଁ ସବୁଦିନ ଭାବୁଛି’- କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‍ ଟ୍ରୁଡୋ

ନୂଆଦିଲ୍ଲୀ: ରାଜନୀତି ଛାଡ଼ିବାକୁ ସବୁଦିନ ଭାବୁଛି, ଏଥିରେ ପାଗଳାମୀ ଭରି ରହିଛି । ସେଥିପାଇଁ ଏହି ଚାକିରି ଛାଡିବାକୁ ଚାହୁଁଛି । ଏଭଳି କିଛି କହିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‍ ଟ୍ରୁଡୋ । ଏହାସହିତ ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ନିଜ ପଦବୀରେ ରହିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଟ୍ରୁଡୋ । ତାଙ୍କର ଏଭଳି ବୟାନ ଏବେ କାନାଡା ରାଜନୀତିରେ ହଇଚଇ ସୃଷ୍ଟି କରିଛି । ୨୦୨୫ ଅକ୍ଟୋବରରେ କାନାଡାରେ ନିର୍ବାଚନ ହେବ ।

କାନାଡାରେ ହୋଇଥିବା ସର୍ଭେ ଅନୁସାରେ, ଦେଶରେ ନିର୍ବାଚନ ହେଲେ କଞ୍ଜରଭେଟିବ୍ସ ପାର୍ଟିଠାରୁ ଲିବେରାଲ ପାର୍ଟିକୁ ବୃହତ ପରାଜୟର ସାମ୍ନା କରିବାକୁ ପଡିପାରେ । କାରଣ କାନାଡାରେ ଟ୍ରୁଡୋଙ୍କ ବିରୋଧରେ ପ୍ରବଳ ଜନ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ୨୦୧୫ ନଭେମ୍ବରରେ ପ୍ରଥମ ଥର ଟ୍ରୁଡୋ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ । ଅନେକ ସର୍ଭେରୁ ଟ୍ରୁଡୋ ହାରିବା ସୁନିଶ୍ଚିତ ବୋଲି କୁହାଯାଉଛି । ଆପଣ ରାଜନୀତି ଛାଡିବା ବିଷୟରେ ଭାବୁଛନ୍ତି କି ଏକ ପ୍ରଶ୍ନର ଉତ୍ତର ଦେଇ ଟ୍ରୁଡୋ କହିଛନ୍ତି, ‘ମୁଁ ସବୁଦିନ ରାଜନୀତି ଛାଡିବାକୁ ଭାବୁଛି’ । ଏହା ଏକ ପାଗଳାମୀ ଭରି ରହିଥିବା କାର୍ଯ୍ୟ । ଯେଉଁଥିରେ ମୁଁ ବ୍ୟକ୍ତିଗତ ଭାବେ ବଳିଦାନ ଦେଉଛି । ଯାହା ମୋ ପାଇଁ ବହୁତ କଷ୍ଟଦାୟକ । ଗତବର୍ଷ ଟ୍ରୁଡୋ ଏବଂ ତାଙ୍କ ପତ୍ନୀ ବିବାହର ୧୮ବର୍ଷ ପରେ ଅଲଗା ହେଉଥିବା ଘୋଷଣା କରିଥିଲେ ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories