www.samajalive.in
Sunday, December 7, 2025
16.1 C
Bhubaneswar

ବେଦାନ୍ତ ଲାଞ୍ଜିଗଡ଼ ପକ୍ଷରୁ କ୍ଷୁଦ୍ର ବିଜ୍ଞାନ କେନ୍ଦ୍ର ଉଦଘାଟିତ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ ଭାରତର ଅଗ୍ରଣୀ ମେଟାଲର୍ଜିକାଲ ଗ୍ରେଡ ଆଲୁମିନା ଉତ୍ପାଦନକାରୀ ମିନି ସାଇନ୍ସ ସେଣ୍ଟର୍ ଉଦଘାଟନ କରିଛି । ପାରମ୍ପରିକ ଶିକ୍ଷାଦାନ ପ୍ରଣାଳୀକୁ ସାହାଯ୍ୟ କରିବା ଓ ଛାତ୍ରଙ୍କ ଲାଗି ଏସଟିଇଏମ (ବିଜ୍ଞାନ, ପ୍ରଯୁକ୍ତି, ଇଂଜିନିୟରିଂ, ଗଣିତ) ଉପରେ ପିଲାମାନଙ୍କୁ ବୁଝିବା ଓ ଶିକ୍ଷାକୁ ସହଜ କରାଇବା ଲାଗି ଏହି ଅଭିନବ କେନ୍ଦ୍ର ପରିକଳ୍ପନା କରାଯାଇଛି ।

ମିନି ସାଇନ୍ସ ସେଣ୍ଟର୍ ହ୍ୟାଣ୍ଡସ ଅନ ମଡେଲ, ଗ୍ରାଫିକ ବ୍ୟାଖ୍ୟା, ପ୍ଲଗ ଓ ପ୍ଲେ ସିଷ୍ଟମ ତଥା ଅନ୍ୟାନ୍ୟ ପାରସ୍ପରିକ ମଡ୍ୟୁଲ ଉଭୟ ଇଂରାଜୀ ଓ ଆଞ୍ଚଳିକ ଭାଷାରେ ଉପଲବ୍ଧ ହେବ । ପଞ୍ଚମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଏହା ବିଶେଷ ସହାୟକ ହୋଇପାରିବ । ଏହି କାର୍ଯ୍ୟକ୍ରମରେ ୬୦୦ରୁ ଅଧିକ ଛାତ୍ରଛାତ୍ରୀମାନଙ୍କ ଶିକ୍ଷଣ ଅଭିଜ୍ଞତାକୁ ବୃଦ୍ଧି କରାଯିବା ଲକ୍ଷ୍ୟ ରହିଛି । ଏଥିରେ ଉଭୟ ରାଜ୍ୟ ତଥା କେନ୍ଦ୍ରୀୟ ବିଦ୍ୟାଳୟର ପାଠ୍ୟକ୍ରମ ଆଧାରିତ ଶିକ୍ଷା ବ୍ୟବସ୍ଥା ରଖାଯାଇଛି । ମିଳିତ ଜାତିସଂଘର ଗୁଣବତା ବିକାଶ ଲକ୍ଷ୍ୟ (୪) ସହ ଏହି ପଦକ୍ଷେପଟି ସମାନ। ଏହି ପ୍ରୟାସ ଜରିଆରେ କଂପାନୀ ଗ୍ରାମୀଣ ଦୂରବର୍ତ୍ତୀ ଅଞ୍ଚଳ ଛାତ୍ରଛାତ୍ରୀମାନଙ୍କୁ ଏସଟିଇଏମ (ବିଜ୍ଞାନ, ପ୍ରଯୁକ୍ତି, ଇଂଜିନିୟରିଂ, ଗଣିତ) ଉପରେ ଉଚ୍ଚଶିକ୍ଷା ଚୟନ କରିବାକୁ ପ୍ରେରଣା ଯୋଗାଇବ। ଗୁଣାତ୍ମକ ଶିକ୍ଷା ଉପରେ ମତଦେଇ ବେଦାନ୍ତ ଲିମିଟେଡ଼ର ସିଇଓ(ଆଲୁମିନା ବ୍ୟବସାୟ) ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି, ବେଦାନ୍ତର ଏହି ମିନି ବିଜ୍ଞାନ କେନ୍ଦ୍ର ପରି ପଦକ୍ଷେପ ମାଧ୍ୟମରେ ବେଦାନ୍ତ ଲାଞ୍ଜିଗଡ଼ ଗୁଣାତ୍ମକ ଶିକ୍ଷାର ବ୍ୟାପକ ବିସ୍ତାର ପାଇଁ କାର୍ଯ୍ୟ କରୁଛି । ଆଜିର ଯୁବକମାନଙ୍କ ପାଇଁ ଏପରି ଏକ ଉପଯୋଗୀ ପ୍ଲାଟଫର୍ମ ପ୍ରସ୍ତୁତ କରି ଆମେ ଶିକ୍ଷାର ପରିବର୍ତ୍ତନଶୀଳ ଶକ୍ତିର ସଦୁପଯୋଗ ଓ ବିସ୍ତାର କରିବାକୁ ଚାହୁଁଛୁ । ଏହାଦ୍ୱାରା ଆମ ଅଞ୍ଚଳର ପିଲାମାନଙ୍କଠାରେ ବୌଦ୍ଧିକ ବିକାଶ ସହ ସାମର୍ଥ୍ୟ ବୃଦ୍ଧି ପାଇବ । ରାୟଗଡ଼ା ଜିଲ୍ଲାର ସହକାରୀ ଶିକ୍ଷା ଅଧିକାରୀ ସହଦେବ ଚିଚୁଆନ ବେଦାନ୍ତର କାର୍ଯ୍ୟକ୍ରମକୁ ସମର୍ଥନ କରି କହିଥିଲେ ଯେ, ବେଦାନ୍ତର ମିନି ସେଣ୍ଟର୍ ଯୁବକମାନଙ୍କ ଶିକ୍ଷା ପାଇଁ ଏକ ଉନ୍ନତ ପ୍ଲାଟଫର୍ମ ଯୋଗାଇବ । ଏହା ଦ୍ୱାରା ସଂପୃକ୍ତ କ୍ଷେତ୍ରରେ ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀମାନେ ଆଗକୁ ବଢିବା ପାଇଁ ଉତ୍ସାହିତ ହୋଇପାରିବେ ।

- Advertisement -

 

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories